ଯାତ୍ରୀବାହୀ ବସ ଧକ୍କାରେ ସାଇକେଲ ଆରୋହୀ ବୃଦ୍ଧଙ୍କ ମୃତ୍ୟୁ

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ବୋଦସା ପଞ୍ଚାୟତ ଅଧୀନ ଗୋଲାସାହି ଗ୍ରାମର ମହେଶ୍ବର ଖୁଣ୍ଟିଆ(୬୫)।

khandapada

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବୋଦସା ଗ୍ରାମରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ବୋଦସା ପଞ୍ଚାୟତ ଅଧୀନ ଗୋଲାସାହି ଗ୍ରାମର ମହେଶ୍ବର ଖୁଣ୍ଟିଆ(୬୫)।

ଆଜି ସନ୍ଧ୍ୟାରେ ମହେଶ୍ଵର ସାଇକେଲ ଯୋଗେ ସଉଦା ନେଇ ଖଳିସାହିରୁ ଫେରୁଥିଲେ। ତେବେ ମର୍ଦ୍ଦରାଜପୁର ଗ୍ରାମରୁ ବୋଦସା ଗ୍ରାମକୁ ସଂଯୋଗ କରୁଥିବା ଆରଡି ରାସ୍ତାର ଏକ ପୋଲ ନିକଟରେ ବୋଦସା ଅଭିମୁଖେ ଦୃତ ଗତିରେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ ମହେଶ୍ଵରଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଜଣାପଡିଛି।

ମୃତ ମହେଶ୍ୱର ଏକ ଛୋଟିଆ ତେଜରାତି ଦୋକାନ ଦ୍ଵାରା ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଦୁର୍ଘଟଣାରେ ମୃତ ବୃଦ୍ଧଙ୍କ ପରିବାରବର୍ଗଙ୍କୁ କ୍ଷତିପୁରଣ ଦାବି କରି ଯାତ୍ରୀବାହୀ ବସଟିକୁ ଘଟଣାସ୍ଥଳରେ ଅଟକ ରଖିଥିଲେ ସ୍ଥାନୀୟ ବାସିନ୍ଦା। ଖବରପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରୁ ମୃତ ମହେଶ୍ଵରଙ୍କ ଶବ ଜବତ କରିବା ସହିତ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିଥିବା ସୂଚନା ମିଳିଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

Accident | Nayagarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe