ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ: ଜଣେ ଅଭିଯୁକ୍ତଙ୍କୁ ଧରିଲା ପୁଲିସ

ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ: ଜଣେ ଅଭିଯୁକ୍ତଙ୍କୁ ଧରିଲା ପୁଲିସ

Kalinga Tv

ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବଜାର ଉପକଣ୍ଠସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଏଟିଏମରୁ ଲୁଟ୍ ଉଦ୍ୟମ ବିଫଳ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗୋଡ଼ାଇ ଧରିଛି ସ୍ଥାନୀୟ ପୁଲିସ।

ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏକାଧିକ ଦୁର୍ବୃତ୍ତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଲୁଟ ନେଇ ପୂର୍ବ ଯୋଜନା ଅନୁସାରେ ଆସିଥିଲେ। ଉକ୍ତ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ଏଟିଏମ ଚାମ୍ବର ମଧ୍ୟରେ କ୍ୟାସ ଲୁଟ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟମାନେ ବାହାରେ ଅପେକ୍ଷା କରି ଲୋକଙ୍କ ଗତିବିଧି ଉପରେ ନଜର ରଖିଥିଲେ। ତେବେ ଏହି ସମୟରେ ଫତେଗଡ଼ ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ଯୋଗୁଁ ଲୁଟେରାମାନେ ଖସି ପଳାଇବାକୁ ବାଧ୍ୟ ହୋଇଥିଲେ।

ଏହି ସମୟରେ ସ୍ଥାନୀୟ ପୁଲିସ ଉକ୍ତ ଦୁର୍ବୃତ୍ତଙ୍କୁ ପିଛା କରିବା ସହିତ ଦୁଇ ଜଣଙ୍କୁ କାବୁ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଭାପୁର ଗ୍ରାମରେ ଦଣ୍ଡ ଠାକୁରଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ଯୋଗୁଁ ପ୍ରବଳ ଜନଗହଳିକୁ ଅସ୍ତ୍ର କରି ଅନ୍ୟ ଲୁଟେରାମାନେ ଫେରାର ମାରିଥିବା ଜଣାପଡ଼ିଛି। ସ୍ଥାନୀୟ ପୁଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe