ବଜ୍ରପାତ: ଜେଜେବାପା ମୃତ, ନାତିଙ୍କୁ ହସ୍ପିଟାଲରେ ଭର୍ତ୍ତି

Advertisment
ବଜ୍ରପାତ: ଜେଜେବାପା ମୃତ, ନାତିଙ୍କୁ ହସ୍ପିଟାଲରେ ଭର୍ତ୍ତି

ନୟାଗଡ଼/ ଭୁବନେଶ୍ୱର: ଘଡ଼ଘଡ଼ି ସହ ବଜ୍ରପାତ ହେବାରୁ ଶନିବାର ନୟାଗଡ଼ ବ୍ଲକ ଅନ୍ତର୍ଗତ ସରପଡ଼ା ଗ୍ରାମରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଶନିବାର ସନ୍ଧ୍ୟାରେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଭାବେ ଆହତ ନାତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ସରପଡ଼ା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତି(୬୮) ନିଜର ପରିବାର ଲୋକଙ୍କ ସହିତ ବିଲକୁ ମୁଗ ଉପାଡ଼ିବାକୁ ଯାଇଥିଲେ। ସନ୍ଧ୍ୟାରେ ବଜ୍ରପାତ ହେବାରୁ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ନାତି ଶାନ୍ତନୁ ମହାନ୍ତି(୧୧) ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ ମାର୍ଚ୍ଚ ୩୦ରେ ରାଜ୍ୟରେ କାଳବୈଶାଖୀ ବଜ୍ରପାତର ପ୍ରଥମ ଶିକାର ହୋଇଛନ୍ତି ଜଣେ ଆଦିବାସୀ ମହିଳା। ‘ଗୁଡ଼ ଫ୍ରାଇଡେ’ ପ୍ରାର୍ଥନା ସାରି ସାଥୀ ମହିଳାଙ୍କ ସହିତ ଯୋଡ଼ାଦେଇ ପାହାଡ଼ ଆଡ଼କୁ ବୁଲି ଯାଇଥିବା ନିଦ୍ରାବତୀ ମଲିକ(୨୮) ବଜ୍ରପାତର ଶିକାର ହୋଇଛନ୍ତି। ଗଜପତି ଜିଲ୍ଲା ମୋହନାସ୍ଥିତ ଆଇଟିଡିଏ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସରେ ସିସିଏ ରୂପେ କାର୍ଯ୍ୟ କରନ୍ତି ନିଦ୍ରାବତୀ। ମୋହନା ଠାରୁ ୨ କିଲୋମିଟର ଦୂରରେ ଥିବା ନିଜ ଗାଁ ‘ମଲ୍ଲିପଦର’କୁ ‘ଗୁଡ଼ ଫ୍ରାଇଡେ’ ପାଳନ ପାଇଁ ଯାଇଥିଲେ। ଅପରାହ୍ନ ୨ଟାରେ ପ୍ରାର୍ଥନା ସାରି ପର୍ବତ ଆଡ଼କୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ସେ ଚେତାଶୂନ୍ୟ ହୋଇ ଯାଇଥିଲେ। ଗାଁ ଲୋକଙ୍କ ଦ୍ୱାରା ତାଙ୍କୁ ମୋହନା ‘ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର’ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe