ନୂଆଗାଁରେ ବଜ୍ରାଘାତରେ ମେଣ୍ଢାଚରାଳି ମୃତ

ନୟାଗଡ଼ ଜିଲ୍ଲାରେ ଦୁଇ ଦିନରେ ବଜ୍ରପାତ ଦୁଇ ପ୍ରାଣ ନେଲା

ନୂଆଗାଁରେ ବଜ୍ରାଘାତରେ ମେଣ୍ଢାଚରାଳି ମୃତ

ନୟାଗଡ଼: ଆଜି ଅପରାହ୍ନରେ ଘଟିଥିବା ଝଡ଼ବର୍ଷା ବେଳେ ବଜ୍ରପାତରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଖଦାଳ ବାରିକ(୫୫), ତାଙ୍କ ଘର ସିଙ୍ଗାରପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କଇଥପଲ୍ଲୀ ବୋଲି ଜଣାଯାଇଛି। ଖଦାଳ ମେଣ୍ଢା ଚରାଇବାକୁ ଗାଁ ନିକଟସ୍ଥ ବିଲକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଣାଯାଉଥିବା ବେଳେ, ବାଟରେ ତାଙ୍କର ମୃତ୍ୟୁ ଘଟିଯାଇଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ଗତକା‌ଲି ଦଶପଲ୍ଲାର ଶଙ୍କର୍ଷଣ ନାୟକ ମୁଗବିଲକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଜିଲ୍ଲାରେ ଦୁଇଦିନରେ ବଜ୍ରପାତରେ ଦୁଇଟି ମୃତ୍ୟୁ ବର୍ଷା ଦେଖିଲେ ସାଧାରଣରେ ଭୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe