ଘର ନ କରି ପକ୍କାଘର ଅନୁଦାନ ଆତ୍ମସାତ୍‌ ଘଟଣା:ପଡ଼ୋଶୀଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ

Advertisment

ଥାନାରେ ଅଭିଯୋଗ

ଥାନାରେ ଅଭିଯୋଗ

ଘର ନ କରି ପକ୍କାଘର ଅନୁଦାନ ଆତ୍ମସାତ୍‌ ଘଟଣା:ପଡ଼ୋଶୀଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ

ଭାପୁର: ଭାପୁର ବ୍ଲକ୍‌ ଅନ୍ତର୍ଗତ ନିମାଣୀ ପଞ୍ଚାୟତରେ ବିଜୁ ପକ୍କାଘର ଯୋଜନାରେ ବ୍ୟାପକ ଦୁର୍ନୀତି ଘଟଣା ସବୁ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ, ଗୋଟିଏ ଘଟଣା ସମ୍ବନ୍ଧରେ ଗତ ୨/୬/୨୦୧୮ ତାରିଖରେ ‘ସମ୍ବାଦ’ରେ ‘ଘର ନ କରି ପକ୍କାଘର ଅନୁଦାନ ଆତ୍ମସାତ୍‌’ ଫଟୋ ସହ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶ ପରେ ଅନୁଦାନ ପାଇ ପକ୍କାଘର କରି ନଥିବା ହିତାଧିକାରୀ ଅରଖପଲ୍ଲୀ ଗ୍ରାମର ପୁଷ୍ପଲତା ବେହେରାଙ୍କ ସ୍ୱାମୀ ଶ୍ରୀପତି ବେହେରା ଗତକାଲି ସେହି ଗ୍ରାମର ଜଣେ ପଡ଼ୋଶୀ ଅଭିଜିତ ପଟ୍ଟନାୟକଙ୍କୁ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି।

ଅଭିଯୋଗରୁ ଜଣାପଡ଼ିଛି, ଗତ ୩ ତାରିଖ ସକାଳ ପ୍ରାୟ ୭ଟା ସମୟରେ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ବଳଭଦ୍ର ସ୍ୱାଇଁ ଅଭିଜିତ୍‌ଙ୍କ ଦୁଆରକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଅନୁଦାନ ଆତ୍ମସାତ କରିଥିବା ହିତାଧିକାରୀଙ୍କ ସ୍ୱାମୀ ଶ୍ରୀପତି ବେହେରା, ପ୍ରଦୀପ ବେହେରା ଏବଂ ବସନ୍ତ ପରିଡ଼ା ପରେ ପରେ ଅଭିଜିତ୍‌ ଏବଂ ତାଙ୍କ ବାପା ବସନ୍ତଙ୍କୁ ଧମକ ଦେବା ସହିତ ହାତଗୋଡ଼ ହାଣି ଜୀବନରେ ମାରିଦେବାକୁ ଧମକ ଦେଇଥିବା ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଘଟଣା ସଂପର୍କରେ ଥାନା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି। ଫତେଗଡ଼ ଥାନା ପୁଲିସ୍‌ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe