ରଣପୁର: ଚଳିତ ସପ୍ତାହର ‘ପେଥାଇ’ ବାତ୍ୟା ଓ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ରଣପୁର ବ୍ଲକ୍ ଅନ୍ତର୍ଗତ ଗୌରାଙ୍ଗପୁର ପଞ୍ଚାୟତ ଅଧୀନ ବରମୂଳୁ ଗାଁରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଅପରପକ୍ଷେ ଚାଷୀ ଏବେ ଅନ୍ୟନୋପାୟ ହୋଇ ଦାଦନ ଯିବା ଅପେକ୍ଷାରେ ଥିବା ଜଣାଯାଇଛି। ତେବେ ଏହି ଗାଁରେ ୨ ଶହ ଚାଷୀ ପ୍ରାୟ ୨୫ ହେକ୍ଟର ଚାଷ ଜମିରେ ଧାନ ଫସଲ କରିଥିଲେ। ହେଲେ ଲଗାଣ ବର୍ଷା ଯୋଗୁ ନିକଟରେ ବୋହି ଯାଉଥିବା ମନ୍ଦାକିନୀ ନଦୀରୁ ପାଣି ଉଠି ବିଲରେ ମାଡି ଯାଇଥିଲା। ଫଳରେ ବିଲରେ ପାଣି ଜମି ରହିବାରୁ ଏବେ ଧାନ ସବୁ ଗଜା ହେବାରେ ଲାଗିଲାଣି। ଧାର୍କରଜ କରି ଚାଷ କରିଥିବା ଚାଷୀ ଏବେ ହତାସ ହୋଇ ପଡ଼ିଥିବା ଜଣାଯାଇଛି। ବିଶେଷ କରି ଏହି ଗାଁର ପରମାନନ୍ଦ ପାଇକରାୟ, ଧୀରେନ୍ଦ୍ର କୁମାର ମାନସିଂହ, ଶରତ କୁମାର ମାନସିଂହ ଆଦି ବହୁ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହୋଇଛି। ତେବେ ଏଭଳି ଦୁର୍ଦ୍ଦଶା ଯୋଗୁ ବର୍ଷଯାକର କଷ୍ଟାର୍ଜିତ ଧାନ ଫସଲକୁ ଆନନ୍ଦରେ ଘରକୁ ବୋହିନେବା ଅପେକ୍ଷାରେ ଥିବା ଚାଷୀର ଦୁଃଖ ଏବେ କହିଲେ ନସରେ। ଅନୁରୂପ ଭାବେ ଅନେକ ଚାଷୀ ଧାନ ପୂର୍ବରୁ କାଟି ନେଇଯାଇଥିବା ବେଳେ ମୁଗ ବୁଣି ଥିଲେ। ହେଲେ ଅଚାନକ ଲଘୁଚାପଜନିତ ବର୍ଷା ମୁଗ ଫସଲ ଧୋଇଦେଲା ବୋଲି ଅନେକ ଚାଷୀ ଦୁଃଖର ସହ କହିଛନ୍ତି। ତେବେ ଗୋଟିଏ ପଟେ ଦଲାଲ୍ମାନେ ଚାଷୀଙ୍କୁ କମ୍ ଦାମ୍ରେ ଧାନ କିଣି ଲୁଟୁଥିବା ବେଳେ ଅନ୍ୟପଟେ ଅଚାନକ ବର୍ଷାରେ ଫସଲ ହାନୀ, ଚାଷୀର ମେରୁଦଣ୍ଡ ଭାଙ୍ଗିଦେବା ସହ ମନୋବଳ ମଧ୍ୟ ଭାଙ୍ଗି ଦେଇଥିବା ଜଣାଯାଇଛି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କର କ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦାବି ହେଉଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/12/nayagada-1.jpg)