ଦୁରୁଦୁରାରେ ଚୋର-ପୁଲିସ୍‌ ଗୋଡ଼ାଗୋଡ଼ି : ବିଲ ଭିତରୁ ଚୋରା ଗାଡ଼ି ଜବତ

Advertisment
ଦୁରୁଦୁରାରେ ଚୋର-ପୁଲିସ୍‌ ଗୋଡ଼ାଗୋଡ଼ି : ବିଲ ଭିତରୁ ଚୋରା ଗାଡ଼ି ଜବତ

ନୟାଗଡ଼ : ନୟାଗଡ଼ ସଦର ଥାନା ଅଞ୍ଚଳରେ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ଚୋର-ପୁଲିସ ଗୋଡ଼ାଗୋଡ଼ି ଖେଳ ଚର୍ଚ୍ଚାର ବିଷୟ ପାଲଟିଛି। ଶେଷରେ ପୁଲିସ୍‌ ଚୋର ସହ ଚୋରା ଗାଡ଼ିକୁ ବି ଜବତ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ସଦର ଥାନା, ଟାଉନ୍‌ ଥାନା ଓ ଇଟାମାଟି ଥାନାର କିଛି ପୁଲିସ୍‌ ଅଧିକାରୀ ଓ କର୍ମଚାରୀ ଆଜି ମଧ୍ୟାହ୍ନରେ ଦୁରୁଦୁରା, ମାଆଙ୍କପଲ୍ଲୀ ଅଞ୍ଚଳରେ ସାଦା ପୋଷାକରେ ଚକ୍କର କାଟୁଥିବା ଦେଖିବାକୁ ମିଳିଥିଲା। କିଛି ଜାଣିବା ଆଗରୁ ହଠାତ୍‌ ବାଇକ୍‌ରେ ଯାଉଥିବା ଜନୈକ ବ୍ୟକ୍ତିଙ୍କୁ ପୁଲିସ୍‌ ଗୋଡ଼ାଇବା ଆରମ୍ଭ କରିଥିଲା। କିଛି ବୁଝିବା ଆଗରୁ ବ୍ୟକ୍ତି ଜଣକ ବାଇକ୍‌ ସହ ତୀବ୍ର ଗତିରେ ଖସି ପଳାଉଥିଲେ। ତଥାପି ପୁଲିସ୍‌ ସେମାନଙ୍କୁ କାବୁ କରିବା ପାଇଁ ଚାରିପଟୁ ଘେରିଯିବା ଦେଖି ବ୍ୟକ୍ତି ଜଣକ ବିଲ ଭିତରେ ଗାଡ଼ିଟିକୁ ଭର୍ତ୍ତି କରି ଦେଇଥିଲେ। ପରେ ଗାଡ଼ିଟି ରହିଯିବାରୁ ବ୍ୟକ୍ତି ଜଣକ ବାଇକ୍‌କୁ ଛାଡ଼ି ଦୌଡ଼ିବା ଆରମ୍ଭ କରି ଦେଇଥିଲେ। ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ଏପରି ଚୋର-ପୁଲିସ୍‌ ଖେଳ ପରେ ଚୋର ସହ ଚୋରା ହିରୋହୁଣ୍ଡା ବାଇକ୍‌କୁ ବି ପୁଲିସ୍‌ ଧରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ସମୟରେ ଗୋଡ଼ାଗୋଡ଼ିରେ ଚୋର ଜଣକ ଆହତ ହୋଇଥିବା ବି ଜଣାପଡ଼ିଛି। ପୁଲିସ ଗାଡ଼ିକୁ ଧରିଥିବା କଥା ସ୍ୱୀକାର କରିଥିବାବେଳେ ଚୋରକୁ ଧରିଥିବା ନେଇ କୌଣସି ସ୍ପଷ୍ଟ ମତ ରଖିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe