ରଣପୁର ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ପୁଷ୍କରିଣୀ ପାଣି ଦୂଷିତ, ପୋକ ସାଲୁବାଲୁ

ରାଜା ରାଜୁଡା ଅମଳର ଐତିହାସିକ ରଣପୁର ଶ୍ରୀଜଗନ୍ନାଥଙ୍କ ପବିତ୍ର ଚନ୍ଦନ ପୁଷ୍କରିଣୀ ବଧି ପାଣି ସମ୍ପୂର୍ଣ ଦୂଷିତ ହୋଇପଡିଥିବା ବେଳେ ପୋଖରୀ ସାରା ପୋକ ସାଲୁ ବାଲୁ ହେଉଥିବା ଦେଖିବାକୁ ମିଳୁଛିl

IMG-20250912-WA0188

ରଣପୁର: ରାଜା ରାଜୁଡା ଅମଳର ଐତିହାସିକ ରଣପୁର ଶ୍ରୀଜଗନ୍ନାଥଙ୍କ ପବିତ୍ର ଚନ୍ଦନ ପୁଷ୍କରିଣୀ ବଧି ପାଣି ସମ୍ପୂର୍ଣ ଦୂଷିତ ହୋଇପଡିଥିବା ବେଳେ ପୋଖରୀ ସାରା ପୋକ ସାଲୁ ବାଲୁ ହେଉଥିବା ଦେଖିବାକୁ ମିଳୁଛିl ଏପରିକି ଚାପ ମଣ୍ଡପ ଓ ଚଉରା ମଣ୍ଡପ ମଦ୍ୟପଙ୍କ ଅଡ୍ଡା ସ୍ଥଳୀ ପାଲଟିଥିବା ବେଳେ ଜଗନ୍ନାଥ ପ୍ରେମୀ ତଥା ଅଞ୍ଚଳବାସୀ ଦେବୋତ୍ତର ବିଭାଗକୁ ବାରମ୍ବାର ଅବଗତ କରିଆସୁଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ପରିବର୍ତ୍ତେ ଓଲଟା କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡ଼ିଥିବା ଅଭିଯୋଗ ହେଉଛିl ଫଳରେ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି l ସୂଚନା ଥାଉକି ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା  

ମଦନ ମୋହନ, ମା ମହାଲକ୍ଷ୍ମୀ ଓ ମହାଦେବ ହରିହରଶ୍ୱର ଆଦି ପ୍ରତିମା ଚନ୍ଦନ ଯାତ୍ରା ସମୟରେ ୨୧ଦିନ ନିମନ୍ତେ ବାହାର ଚାପ ଖେଳିବା  ବା ନୌକା ବିହାର ପାଇଁ ପବିତ୍ର ଚନ୍ଦନ ପୁଷ୍କରିଣୀ ବଧି କୁ ଯାଇଥାନ୍ତି l ୧୦ଏକର ପରିମିତ ଜାଗାରେ ଅବସ୍ଥିତ ଉକ୍ତ ପୋଖରୀ ମଧ୍ୟରେ ରହିଛି  ଦୀପ ଦାଣ୍ଡି ଓ ଏକ ବିରାଟ ଚନ୍ଦନ ମଣ୍ଡପl ପୋଖରୀଟି ଅଳିଆ ଆବର୍ଜନାରେ ସମ୍ପୂର୍ଣ ପୋତି ହେବାକୁ ବସିଥିଲା ବେଳେ କିଛି ବର୍ଷ ତଳେ ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ରଣପୁର ବିଧାୟକ ରବି ନାରାୟଣ ମହାପାତ୍ରଙ୍କ ତତ୍ୱାବଧାନରେ ୩୦ଲକ୍ଷ ଟଙ୍କା ବ୍ୟୟରେ ୩୦ଫୁଟ ଗଭୀର ଖୋଳା ଯିବା ସାଙ୍ଗକୁ ମଣ୍ଡପକୁ ସଂଯୋଗ କରିବା ପାଇଁ ଏକ ଦୀର୍ଘ ସେତୁ ନିର୍ମାଣ କରାଯିବା ସହ ପୁନଃରୁଦ୍ଧାର କରାଯାଇଥିଲାl  ହେଲେ ଏବେ ପ୍ରଶାସନିକ ତଥା ଦେବୋତ୍ତର ବିଭାଗ ଅବହେଳା ଯୋଗୁ ଯଥା ପୂର୍ବଂ ତଥା ପରଂ ସଦୃଶ ହୋଇପଡ଼ିଥିବା ଦେଖିବାକୁ ମିଳିଛିl ଉକ୍ତ ପୋଖରୀ ରେ ଚଣ୍ଡେଶ୍ୱର ମହାଦେବଙ୍କ ଦଣ୍ଡ ଠାକୁର ଭଗତା ମାନେ ମଧ୍ୟ ଦଣ୍ଡ ଯାତ୍ରା ସମୟରେ ସ୍ନାନ କରିଥାନ୍ତି, ବ୍ରାହ୍ମଣ ପରିବାର ଲୋକେ ତିଳ ତର୍ପଣ କରିଥାନ୍ତି, ସେହିପରି ନାନାଦି ସୁଦ୍ଧ କ୍ରିୟା ସାଙ୍ଗକୁ ଶ୍ରାଧ ପରବର୍ତୀ ପିଣ୍ଡ ବିସର୍ଜନ କରାଯାଇଥାଏl

ପୁଷ୍କରିଣୀ ନିକଟରେ ବଧି ବାଲୁଙ୍କେଶ୍ୱର ମହାଦେବ, ରଘୁନାଥ ମଠ ଓ ଗଣେଶ ମଣ୍ଡପ ଆଦି ରହିଛିl ହେଲେ ବିଡମ୍ବନା ର ବିଷୟ  ପୋଖରୀ ଚର୍ତୁପାର୍ଶ୍ୱ ଦଳ ମାଡ଼ିଯିବା ସାଙ୍ଗକୁ ଅନାବନା ଗଛ ପ୍ରବଳ ମାତ୍ରାରେ ବଢ଼ି ଚାଲିଛିl

IMG-20250912-WA0188

ଅପରପକ୍ଷେ ପ୍ରତ୍ୟହ ସନ୍ଧ୍ୟାରେ  କିଛି ଅସାମାଜିକ ଓ ମଦ୍ୟପ ବ୍ୟକ୍ତି ଉକ୍ତ ସ୍ଥାନରେ ଅଡ୍ଡା ଜମାଇ ମଦ ପାନ କରୁଛନ୍ତି l ଫଳରେ ମଦ ବୋତଲ, ପ୍ଲାଷ୍ଟିକ ପାଉଚ, ଗ୍ଲାସ, କପ ଆଦି ପକାଉ ଥିବାରୁ ଏଭଳି ଅସ୍ୱାଭାବିକ ପରିବେଶ ସୃଷ୍ଟି ହେଉଛିl ପୁଷ୍କରିଣୀl ନିକଟରେ ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟ, ପୁଲିସ ଥାନା, ଦେବାଳୟ, ହସ୍ପିଟାଲ ଆଦି ବହୁ ଗୁରୁତ୍ୱପୂର୍ଣ ସରକାରୀ କାର୍ଯ୍ୟାଳୟ ଥିଲେ ମଧ୍ୟ ଏଥି ପ୍ରତି କାହାରି ହେଲେ ନିଘା ନଥିବା ଜଣାଯାଇଛିl ତୁରନ୍ତ ଏହାର ପ୍ରତିକାର କରିବାକୁ ସ୍ଥାନୀୟ ପ୍ରଶାସନ ଓ ଦେବୋତ୍ତର ବିଭାଗକୁ ଦାବି ହେଉଛିl

ତେବେ ଅମୃତ ସରୋବର ଯୋଜନାରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ,ଉକ୍ତ ବଧି ପୋଖରୀର ଯତ୍ନ ନେବା ସାଙ୍ଗକୁ ଏହାର ପୁନଃରୁଦ୍ଧାର କରିବା ଦରକାର ଏବଂ ଏଇଟା ସେମାନଙ୍କ କାମ ବୋଲି ଦେବୋତ୍ତର ବିଭାଗ ମୁଖ୍ୟ ତଥା ସ୍ଥାନୀୟ ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ସଫେଇ ଦେଇଛନ୍ତିl ପୋଖରୀର ଏଭଳି ଅବସ୍ଥାକୁ ନେଇ ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ବରିଷ୍ଠ ସେବାୟତ ହରିହର ନନ୍ଦ ପ୍ରବଳ ଉଦବେଗ ପ୍ରକାଶ କରିବା ସାଙ୍ଗକୁ ତୁରନ୍ତ ଏହାର ପ୍ରତିକାର କରିବାକୁ ଦାବି କରିଛନ୍ତିl

Nayagarh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe