ମାଉଜର୍‌ ଦେଖାଇ ୫.୬୪ ଲକ୍ଷ ଲୁଟ୍‌

Advertisment
ପରିବା ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ୨୮ ହଜାର

କଣ୍ଟିଲୋ : ସମ୍ପ୍ରତି କଣ୍ଟିଲୋ-ଗଣିଆ ରାସ୍ତା ଲୁଟେରାଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ଗତ ଶନିବାର ଦିନ କଣ୍ଟିଲୋ-ଗଣିଆ ରାସ୍ତାର କୁମୁଣ୍ଡି ନିକଟରୁ ଭୁବନେଶ୍ୱରରୁ ଗଣିଆ ଅଭିମୁଖେ ଆସୁଥିବା ୨ ବ୍ୟବସାୟୀଙ୍କଠାରୁ ବୋମା ମାଡ଼ କରି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ଏହି ଲୁଟ୍‌ ଘଟଣାର କୌଣସି ସୁରାକ ପୁଲିସ୍‌ର ହସ୍ତଗତ ହୋଇନଥିବା ବେଳେ, ପୁନର୍ବାର ସେହି ରାସ୍ତାରେ ଲୁଟ୍‌ ଘଟଣା ଅଂଚଳରେ ଆତଙ୍କ ଖେଳାଇ ଦେଇଛି। କଣ୍ଟିଲୋ-ଗଣିଆ ରାସ୍ତାରେ ଖଣ୍ଡପଡ଼ା ବ୍ଲକ୍‌ ବଡ଼ବାଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘଣାଶାଳିଆ ଗ୍ରାମ ସ୍କୁଲ୍‌ ନିକଟରୁ କଣ୍ଟିଲୋର ପ୍ରତିଷ୍ଠିତ ବ୍ୟବସାୟୀ ଭୂମେଶ୍‌ କୁମାର ଅଗ୍ରୱାଲଙ୍କଠାରୁ ମାଉଜର ଦେଖାଇ ୫ ଲକ୍ଷ ୬୪ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି ଲୁଟେରା। ଆଜି ଦିନ ୧୧ଟା ସମୟରେ କଟକ ଜିଲ୍ଲା ନରସିଂହପୁର, ବାଲିଝରି, ସିଧାମୂଳା, ରାଜକିଆରି ଆଦି ଅଂଚଳରୁ ଟଙ୍କା ଆଦାୟ କରି ହିରୋହୋଣ୍ଡା ବାଇକ୍‌ ଯୋଗେ ନିଜ କର୍ମଚାରୀ ଶରତ ଚନ୍ଦ୍ର ପ୍ରଧାନଙ୍କ ସହ କଣ୍ଟିଲୋ ଫେରୁଥିବା ବେଳେ ଘଣାଶାଳିଆ ଗ୍ରାମ ସ୍କୁଲ୍‌ ନିକଟରୁ ପ୍ରାୟ ୧୦୦ ମିଟର ଦୂରରେ ୩ ଜଣ ଲୁଟେରା ତାଙ୍କୁ ଅଟକାଇଥିଲେ। ଭୂମେଶଙ୍କୁ ମାଉଜର୍‌ ଦେଖାଇ ପାଖରେ ଥିବା ଟଙ୍କା ବ୍ୟାଗ୍‌ଟିକୁ ଛଡ଼ାଇ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe