୨୦୦୮ ନୟାଗଡ଼ ମାଓ ଆକ୍ରମଣ ଘଟଣା: ପୁଣି ଏକ ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷ ସାବ୍ୟସ୍ତ

୨୦୦୮ ନୟାଗଡ଼ ମାଓ ଆକ୍ରମଣ ଘଟଣା: ପୁଣି ଏକ ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷ ସାବ୍ୟସ୍ତ

ନୟ‌ାଗଡ଼: ୨୦୦୮ରେ ଘଟିଥିବା ନୟାଗଡ଼ ମାଓ ଆକ୍ରମଣ ଘଟଣାରେ ପୁଣି ଏକ ମାମଲାରେ ମାଓ ନେତ‌ା ସବ୍ୟସାଚୀ ପଣ୍ତା ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଏଥିସହିତ ରାୟଗଡ଼ାର ପ୍ରତାପ କିମ୍ବିକ‌ା ଓ ଜଗତସିଂହପୁରର ମଞ୍ଜୁଲତା ମୁଦୁଲି ମଧ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

ନୟାଗଡ଼ ଜିଲ୍ଲା ଓ ଦୌରା ଜଜ୍‌ କୋର୍ଟ ନୟାଗଡ଼ ରିଜର୍ଭ ପୁଲିସ ବାରାକ୍ ଉପରେ ହୋଇଥିବା ଆକ୍ରମଣ ମାମଲାର ଗତକାଲି ଶୁଣାଣି କରିଥିଲେ। ନୟାଗଡ଼ ମାଓ ଆକ୍ରମଣ ଘଟଣାରେ ସବ୍ୟସାଚୀଙ୍କ ନାମରେ ନୟାଗଡ଼ ଓ ଦଶପଲ୍ଲାରେ ଆକ୍ରମଣ ନେଇ ସମୁବଦାୟ ୯ଟି ମାମାଲା ରୁଜୁ ହୋଇଥିଲା` ସେ ସମୁଦାୟ ୫ ମାମଲା‌ରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ନାମରେ ଅନ୍ୟାନ୍ୟ ମାମଲାର ବିଚାରପ୍ରକ୍ରିୟା ଜାରି ରହିଥିବାରୁ ତାଙ୍କୁ ପୁଣି ବ୍ରହ୍ମପୁର ଜେଲ୍‌ ପଠାଇ ଦିଆଯାଇଥିବା ସବ୍ୟସାଚୀଙ୍କ ଓକିଲ ଅମୀୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ନୟାଗଡ଼ ମାଓ ଆକ୍ରମଣ ଘଟଣା‌ରେ ୧୫ ପୁଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଅନେକ ପୁଲିସ କର୍ମଚାରୀ ଆହତ ହୋଇଥି‌ଲେ। ତେବେ ପ୍ରମ‌ାଣ ଅଭାବରୁ ଏହି ମାମଲାରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେଉଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe