ଝରକା ତାଡ଼ିଲେ ଦୁର୍ବୃତ୍ତ: ଲୁଟି ନେଲେ ୨୦ ଲକ୍ଷ ଟଙ୍କାର ସୁନାଗହଣା

ଝରକା ତାଡ଼ିଲେ ଦୁର୍ବୃତ୍ତ: ଲୁଟି ନେଲେ ୨୦ ଲକ୍ଷ ଟଙ୍କାର ସୁନାଗହଣା

ନୟାଗଡ଼: ନୟାଗଡ଼ ଟାଉନ୍ ଥାନା ଅଧୀନ ଶ୍ରୀରାମନଗରରୁ ଗତକାଲି ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି ହୋଇଥିବା ଜଣାପଡ଼ିଛି । ଦିନଦ୍ବିପ୍ରହରରେ ରୋଷେଇ ଘର ଝରକା ତାଡ଼ି ଦୁର୍ବୃତ୍ତ ଘରମଧ୍ୟରେ ପଶି କଳାକନା ବୁଲାଇ ଦେଇଛନ୍ତି। ଏନେଇ ଗୃହକର୍ତ୍ତା ସୁଦାମ ଚରଣ ଜେନା ଟାଉନ୍ ଥାନାରେ ଏତଲା ଦେଇଛନ୍ତି।

ଶ୍ରୀ ଜେନା ନୟାଗଡ଼ ଏଆରସିଏସ୍ କାର୍ଯ୍ୟାଳୟରେ ସହକାରୀ ନିବନ୍ଧକ ଭାବେ କାମ କରୁଥିବା ବେଳେ, ତାଙ୍କ ପତ୍ନୀ ଜଣେ ଶିକ୍ଷୟତ୍ରୀ। ଦମ୍ପତି ସକାଳ ୧୦ଟାରେ ନିଜ ନିଜ କାର୍ଯ୍ୟାଳୟକୁ ବାହାରିଯିବା ପରେ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ସ୍କୁଲରୁ ଫେରି ଶ୍ରୀ ଜେନାଙ୍କ ପତ୍ନୀ ଘରର ଏଭଳି ଅବସ୍ଥା ଦେଖି ହତବାକ ହୋଇପଡ଼ିଥିଲେ। ସୁନାଗହଣା ସମେତ ନଗଦ ୫୦ ହଜାର ଟଙ୍କା ମଧ୍ୟ ଚୋରି ହୋଇଥିବା ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe