ନୟାଗଡ଼: ଚାଇଲ୍ଡଲାଇନ ଦ୍ୱାରା ୩ ନାବାଳିକା ଶ୍ରମିକ ଉଦ୍ଧାର

Advertisment
ନୟାଗଡ଼: ଚାଇଲ୍ଡଲାଇନ ଦ୍ୱାରା ୩ ନାବାଳିକା ଶ୍ରମିକ ଉଦ୍ଧାର

ନୟାଗଡ଼: ଚାଇଲ୍ଡଲାଇନ ଅଫିସର କର୍ମଚାରୀଙ୍କ ଦ୍ୱାରା ଶୁକ୍ରବାର ୩ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ଚାଇଲ୍ଡଲାଇନ ଅଫିସର କର୍ମଚାରୀମାନେ ଘରୋଇ ବସ ‘ଦିକ୍ଷୀତ ବସ’ଉପରେ ଚଢ଼ାଉ କରିଥିଲେ। ଦଲାଲଙ୍କ ମାଧ୍ୟମରେ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏକ ଫ୍ୟାକ୍ଟ୍ରିରେ କାମ କରାଇବାକୁ ନିଆଯାଉଥିଲା। ପୁଲସିର ସହାୟତାରେ ନୟାଗଡ଼ ସଦର ପୁଲିସ ଷ୍ଟେସନ ନିକଟରୁ ଉଦ୍ଧାର କାର୍ଯ୍ୟରେ ଚାଇଲ୍ଡଲାଇନ ସଦସ୍ୟ ଅଲକା ପାହାଡସିଂହ, ଚନ୍ଦ୍ରଶେଖର ବେହେରା ଓ ରୂପାଲି ସାହୁ ସାମିଲ ଥିଲେ। ଶିଶୁ କଲ୍ୟାଣ କମିଟିରେ ହାଜର କରାଯାଇଥିଲା। ସିଡବ୍ଲୁସିର ନିର୍ଦ୍ଦେଶ କ୍ରମେ ଉଦ୍ଧାର କରାଯାଇଥିବା ୩ଜଣ ନାବାଳିକାଙ୍କୁ ଶ୍ରଦ୍ଧା ଚାଇଲ୍ଡ ହୋମ୍ସରେ ଛାଡ଼ି ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe