ନୂଆଗାଁ: ବନ ବିଭାଗ ପକ୍ଷରୁ ନୂଆଗାଁ ବ୍ଲକ୍ ମିନାଗାଡ଼ିଆ ଗ୍ରାମରେ ଚଢ଼ଉ କରାଯାଇ ଆଠ ହଜାର ଟଙ୍କା ମୂଲ୍ୟର କାଠ ଜବତ କରାଯାଇଛି। ଖବରରୁ ପ୍ରକାଶ, କାଠମାଫିଆମାନେ ଦିନ ଦ୍ବିପହରରେ ଜଙ୍ଗଲରେ ପଶି ବେଆଇନ୍ ଭାବେ କାଠକାଟି ନେଉଥିବା ବେଳେ ବନ କର୍ମଚାରୀମାନେ ଏହାର ଟିକେ ବି ସୁରାକ୍ ପାଇ ପାରୁନାହାନ୍ତି। ଆଜି ମିନାଗାଡ଼ିଆ ଗାଁ ମୁଣ୍ତରେ ଦୁଇଟି ଶିରୀଷ କାଠଗଣ୍ତି ଏବଂ ଗୋଟିଏ ଶାଳ ସାଇଜ୍ ପଡ଼ିଥିବା ବେଳେ ବନ କର୍ମଚାରୀମାନେ ପହଞ୍ଚି କାଠକୁ ଜବତ କରିଛନ୍ତି। ଜବତ କାଠକୁ ମହୀତମା ଫରେଷ୍ଟ କାର୍ଯ୍ୟାଳୟକୁ ଆଣିବା ସହିତ କାଠର ମୂଲ୍ୟ ଆଠ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଆଜିର ଏହି ଚଢ଼ଉରେ ମହୀତମା ଫରେଷ୍ଟର୍ ରମେଶ ମଲ୍ଲିକ, ଗାର୍ଡ ବିନାୟକ ଜେନା, ଶ୍ରୀକାନ୍ତ ନାୟକ, ପ୍ରୋଟେକ୍ସନ ସ୍କ୍ବାଡ୍ ଓ କର୍ମଚାରୀମାନେ ସାମିଲ୍ ଥିଲେ।
ବନ ବିଭାଗ ଦ୍ବାରା କାଠ ଜବତ
Advertisment
Follow Us