ନାଳକୁ ଖସିଲା ଦ୍ରୁତଗାମୀ କାର୍‌; ମହିଳାଙ୍କ ସମେତ ଦୁଇ ମୃତ, ଜଣେ ଗୁରୁତର

Advertisment

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କିଆଝର ପଞ୍ଚାୟତ ଅଧୀନ ଭଅଁରପଲ୍ଲୀ ଗୋବିଜ୍ଞାନ କେନ୍ଦ୍ର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କିଆଝର ପଞ୍ଚାୟତ ଅଧୀନ ଭଅଁରପଲ୍ଲୀ ଗୋବିଜ୍ଞାନ କେନ୍ଦ୍ର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।

ଦୁର୍ଘଟଣା

ଖଣ୍ଡପଡ଼ା: ଦ୍ରୁତଗତିକୁ ମହାବିପତ୍ତି ‌ବୋଲି ବୁଦ୍ଧିଜୀବୀମାନେ କୁହନ୍ତି। ଆଜି ଅପରାହ୍‌ଣରେ ଏହିଭଳି ଏକ ଦୁର୍ଘଟଣା ଘଟିଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କିଆଝର ପଞ୍ଚାୟତ ଅଧୀନ ଭଅଁରପଲ୍ଲୀ ଗୋବିଜ୍ଞାନ କେନ୍ଦ୍ର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମୃତକମାନେ ହେଲେ ପଦ୍ମଚରଣ ମହାରଣା (୬୨) ଏବଂ ଦ୍ରୌପଦୀ ମହାରଣା (୬୨)।।  ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଏକ କାର (ଓଡି ୦୨ ଏଏନ୍‌ ୮୭୯୪) ଯୋଗେ ଖଳିସାହିରୁ କୋସକା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେବା ସହ ରାସ୍ତା ପାର୍ଶ୍ଵ ନାଳକୁ ଖସିପଡିଥିଲେ। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି। ମୃତକ ହେଲେ ଖୋର୍ଦ୍ଧା ବୋଲଗଡ ଅଞ୍ଚଳର ପଦ୍ମଚରଣ ମହାରଣା ଏବଂ ଦ୍ରୌପଦୀ ମହାରଣା।

ଖବରପାଇ ଖଣ୍ଡପଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ କରିଥିଲା। ଆହତ ମହିଳା ମିଲିନା ମହାରଣାଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe