ଦଶପଲ୍ଲା: ବିଜୁଳି ଆଘାତରେ ଖୁଡୁତାଶୁର ଓ ଝିଆରୀଜ୍ୱାଇଁ ମୃତ

Advertisment
ଦଶପଲ୍ଲା: ବିଜୁଳି ଆଘାତରେ ଖୁଡୁତାଶୁର ଓ ଝିଆରୀଜ୍ୱାଇଁ ମୃତ

ଦଶପଲ୍ଲା: ଶନିବାର ସକାଳେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ତୁମାଣ୍ଡି ପଞ୍ଚାୟତ ଅନ୍ତର୍ଗତ ନରାଜିପଡ଼ା ଅଞ୍ଚଳର ବାଲିସାହି ଗ୍ରାମରେ ବିଜୁଳି ଆଘାତ ଯୋଗୁଁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତିମାନେ ହେଉଛନ୍ତି ୪୫ ବର୍ଷିୟ ଖୁଡୁତାଶୁର ଭକ୍ତ ଜାନୀ ଏବଂ ତାଙ୍କ ୪୨ ବର୍ଷିୟ ଝିଆରିଜ୍ୱାଇଁ ନକୁଳ ଜାନୀ।

ଆଜି ସକାଳ ୧୦ଟା ପରେ ଭକ୍ତ ନିଜ ଘର ପାଇଁ ପିଣ୍ଡାରେ ବସି କାଠର ଗୋଟାଏ ପିଢ଼ା ତିଆରି କରୁଥିଲେ। ସେଥିରେ ରନ୍ଦା ମାରିବାକୁ ସେ ତାର ଦ୍ୱାରା ବିଜୁଳି ସଂଯୋଗ ଆଣିଥିଲେ। ସେତେବେଳେ ବିଜୁଳି ସରବରାହ ନ ଥିଲା ଏବଂ ସେ ବିଜୁଳିକୁ ଅପେକ୍ଷା କରି ବସିଥିଲେ।

ଏହି ସମୟରେ ଛେଳି ଚରାଇବାକୁ ଯାଇଥିବା ନକୁଳ ଫେରିଥିଲେ ଓ ଗୁହାଳେ ଛେଳିପଲ ବାନ୍ଧି ଆସି ଭକ୍ତଙ୍କ ପାଖରେ ବସିଥିଲେ। ଦୁଇଜଣଙ୍କ ଛଡ଼ା ସେତେବେଳେ ସେଠାରେ ଅନ୍ୟ କେହି ନ ଥିଲେ।

କିଛି ସମୟ ପରେ ଘରଲୋକେ ଆସି ଦେଖନ୍ତି ତ ଉଭୟ ଧରାଧରି ହୋଇ ସେଠାରେ ପଡ଼ିଛନ୍ତି ଓ ଭକ୍ତଙ୍କ ହାତରେ ବିଜୁଳି ତାର ଲାଗିଛି।

ପରିବାର ଲୋକେ ବିଜୁଳି ସଂଯୋଗ ଛିନ୍ନ କରି ଉଭୟଙ୍କୁ ନେଇ ଦଶପଲ୍ଲା ଡାକ୍ତରଖାନା ଯାଇଥିଲେ। ସେମାନଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିବା ପରେ ପରିବାର ଲୋକେ ଥାନାକୁ ଯାଇ ଲିଖିତ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe