ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ସଂପତ୍ତି ଦେଖି ଆଖି ଖୋସି ହୋଇଯାଉଛି। ସେ ଜଣେ କୋଟିପତି ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ ଅଭିମନ୍ୟୁ ଚୌଧୁରୀ ଓ ତାଙ୍କ ସମ୍ପର୍କୀୟଙ୍କ ୧୪ଟି ବ୍ୟାଙ୍କ ଆକାଉଣ୍ଟରୁ ୮୬ ଲକ୍ଷ ୮୩ ହଜାର ୧୬୨ ଟଙ୍କା ଠାବ କରିଛି ଭିଜିଲାନ୍ସ ଟିମ। ଏହାଛଡ଼ା ତାଙ୍କର ରାଜଧାନୀର ପାଇକ ନଗର ଘରୁ ନଗଦ ଦେଢ଼ ଲକ୍ଷ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଠାବ କରାଯାଇଛି।
ଭୁବନେଶ୍ୱର ପାଇକ ନଗର ଓ ୩ଟି ପ୍ଲଟ ସମେତ ନୟାଗଡ଼ ପ୍ଲଟର ଲ୍ୟାଣ୍ଡ ଭ୍ୟାଲୁ ଏକ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ଟିମ।
ସୂଚନାଯୋଗ୍ୟ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ତମାଣ୍ଡୋ ଥାନା ଏସ ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ ନୟାଗଡ଼ର ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
ଭିଜିଲାନ୍ସ ରାଜଧାନୀର ପାଇକନଗରରେ ଥିବା ତାଙ୍କର ଚାରି ମହଲା କୋଠା, ନୟାଗଡ଼ ଜିଲ୍ଲା ରଣପୁର ଥାନାର ନଛିପୁରରେ ଥିବା ପୈତୃକ ବାସଭବନ ଓ ତମାଣ୍ଡୋ ଥାନାର ଅଫିସରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ। ଏହି ଚଢ଼ାଉରେ ୩ଜଣ ଡିଏସପି, ୧୧ ଜଣ ଇନସିପେକ୍ଟର ଓ ୬ଜଣ ଏସ ଆଇ ସାମିଲ ଅଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us