ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ସ୍ତ୍ରୀ ଗିରଫ, ସ୍ବାମୀ ଫେରାର

କାର୍ ଭିତରୁ ୫୦ କିଲୋ ଗଞ୍ଜେଇ ଜବତ

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ସ୍ତ୍ରୀ ଗିରଫ, ସ୍ବାମୀ ଫେରାର

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଏକ କାରରୁ ୫୦ କିଲୋ ଗଞ୍ଜେଇ ଜବତ କରାଯାଇଥିବା ଜଣାଯାଇଛି। ଏହି ମାମଲାରେ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଗତକାଲି ଦଶପଲ୍ଲା ଥାନାର ପୁଲିସ ପାଟ୍ରୋଲିଂ ଟିମ୍ ଟୋଲ୍‌ଗେଟ୍‌ ନିକଟରେ ଏକ କାର(ଓଆର୍ ୨୪ଡି ୪୩୭୭) କୁ ଅଟକାଇଥିଲା। କାର ବେଗ ଅଧିକ ଥିବା ଜଣାଯାଇଥିଲା। କିନ୍ତୁ କାରଟି ନ ଅଟକି ଆଗକୁ ଦ୍ରୁତଗତିରେ ଚାଲିଯାଇଥିଲା। ପରେ ପୁଲିସ୍ କୌଣସିମତେ କାରକୁ ଅଟକାଇଥି‌ଲା।

ସେହି ଗାଡ଼ିରୁ ୫୦.୦୮ କିଲୋ ଗଞ୍ଜେଇ ଜବତ କରାଯାଇଥିଲା।  କାର୍‌ରେ  ଗଞ୍ଜେଇ ନେଇ ସ୍ବାମୀ ନିହାରରଞ୍ଜନ ଓଝା ଓ ସ୍ତ୍ରୀ ଜୟସ୍ମିତା ପୁହାଣ ଫୁଲବାଣୀରୁ କଟକ ଯାଉଥିଲେ। ତେବେ ପୁଲିସ ଗାଡ଼ି ଅଟକାଇବା ପୂର୍ବରୁ କାରରୁ ସ୍ବାମୀ ନିହାରରଞ୍ଜନ ଓଝା ଖସି ପଳାଇଥିଲେ। ପୁଲିସ ସ୍ତ୍ରୀ ଜୟସ୍ମିତା ପୁହାଣଙ୍କୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ କରିଥିଲା। ଏହି ଦମ୍ପତିଙ୍କ ଘର ଜଗତସିଂହପୁର ଜିଲ୍ଲା ଆଇନିପୁରରେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe