ବସର ସ୍ଲିପରରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ

ବସର ସ୍ଲିପରରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ

ଦଶପଲ୍ଲା: ୫୭ ନମ୍ୱର୍ ଜାତୀୟ ରାଜପଥର ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ବାଲିସାହି ବାଙ୍କ ନିକଟରେ ବିଳମ୍ବିତ ରାତିରେ ଏକ ବସର ସ୍ଲିପରରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ପୁନାର ସିଂ। ତାଙ୍କ ଘର ଛତିଶଗଡ଼ ବଂଶରିକୋଟରରେ ବୋଲି ଜଣାପଡ଼ିଛି। ତାଙ୍କର ବୟସ ୨୫ ରୁ ୩୦ ବର୍ଷ ହେବ ବୋଲି ସୂଚନା ମିଳିଛି।

ଖବର ଅନୁଯାୟୀ ଭୁବନେଶ୍ୱରରୁ ରଘୁନାଥ ନାମକ ବସରେ ଯାତ୍ରୀଙ୍କ ସମେତ ବନସାରିକୋଟର ୭ ଜଣ ବସିଥିଲେ। ସେଥିମଧ୍ୟରୁ ପୁନାର ସିଂ ବସର  ସ୍ଲିପରରେ ଶୋଇଥିବା ବେଳେ ତଳକୁ ଖସି ପଡ଼ିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ସେହି ବସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଦଶପଲ୍ଲା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ସହିତ ଶବକୁ ଜବତ କରି ଶବ ବ୍ୟଵଚ୍ଛେଦ ପରେ ସମ୍ପର୍କୀୟ ଲୋକମାନଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe