କାର୍ ଧକ୍କାରେ ଯୁବକ ଗୁରୁତର

କାର୍ ଧକ୍କାରେ ଯୁବକ ଗୁରୁତର

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସୁବଳିଆ ଛକ ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ କାର ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବସନ୍ତ ଦାସ। ତାଙ୍କ ଘର ସୁବଳିଆ ଗାଁରେ। ବସନ୍ତ ଆଜି ସକାଳେ ନିଜ ବିଲରୁ ବିଲାତି ବାଇଗଣ ତୋଳି ନୟାଗଡ଼ ବଜାରକୁ ସାଇକେଲରେ ଯାଉଥିଲେ। ଭୁବନେଶ୍ୱରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ କାର୍ ବସନ୍ତଙ୍କୁ ସୁବଳିଆ ଛକ ନିକଟରେ ଧକ୍କା ଦେଇଥିଲା। ଏହା ପରେ କାର୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା।

କାର୍ ଧକ୍କାରେ ବସନ୍ତ ଦାସ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe