ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷଙ୍କ ନାମରେ ଏନବିଡବ୍ଲ୍ୟୁ ଜାରି

ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷଙ୍କ ନାମରେ ଏନବିଡବ୍ଲ୍ୟୁ ଜାରି

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼ଙ୍କ ନାମରେ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତରୁ ଜାମିନ ବିହୀନ ଗିରଫ ପରଓ୍ବାନା (ଏନବିଡବ୍ଲ୍ୟୁ) ଜାରି କରାଯାଇଥିବା ଜଣାପଡିଛି । ତାଙ୍କ ନାମରେ ଜିଆର କେସ୍ ନମ୍ବର ୫୨୨/୧୭ ପ୍ରକାରେ ଆଇପିସିର ଧାରା ୪୨୦ ଏବଂ ୪ ଓ ୫ ମନି ସରକୁଲେଟିଙ୍ଗ ଆକ୍ଟରେ ଏକ ମାମଲା ୨୦୧୭ ମସିହାରେ ରୁଜୁ ହୋଇ ସେ ଜେଲ୍ ହାଜତକୁ ଯାଇଥିଲେ ।

ଉକ୍ତ ମାମଲା ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତରେ ବିଚାରାଧୀନ ରହିଥିବାବେଳେ ସେ ନିୟମିତ କୋର୍ଟରେ ହାଜର ନହେବାରୁ ମାନ୍ୟବର ଅଦାଲତ ଗତ ୧୩ ତାରିଖରେ ତାଙ୍କ ବିରୁଦ୍ଧରେ ଏନବିଡବ୍ଲ୍ୟୁ ଚନ୍ଦାହାଣ୍ଡି ଥାନାକୁ ପଠେଇଥିବା ଜଣାପଡିଛି । ତେବେ ପୁଲିସ ତାଙ୍କୁ ଗିରଫ କରିନଥିବା ଜଣାପଡିଛି ।

ପ୍ରକାଶ ଥାଉକି ବାସୁଦେବ ଗୌଡ଼ ଗତ ପଞ୍ଚାୟତ ନିର୍ବାଚନରେ ମୋହରା ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ନାମାଙ୍କନ ସମୟରେ ସେ ମିଥ୍ୟା ସତ୍ୟପାଠ ଦେଇଥିବା ନେଇ ଉମରକୋଟ ସବ୍ ଜର୍ଜଙ୍କ ଅଦାଲତରେ ବିପକ୍ଷ ପ୍ରାର୍ଥୀ ଦିଲିପ ଦାସ ଏକ ନିର୍ବାଚନ ମାମଲା ଦାୟର କରିଥିବା ବେଳେ ଉକ୍ତ ମାମଲା ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ନରସିଂହ ତ୍ରିପାଠୀ ପରିଚାଳନା କରୁଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe