ଦୁର୍ଘଟଣାରେ ଗୁରୁତର ଇନ୍ଦ୍ରାଣୀଙ୍କ ଚିକିତ୍ସାରେ ଅର୍ଥ ବାଧକ, ପରିବାର ଲୋଡ଼ିଲେ ସାହାଯ୍ୟ

Advertisment
ଦୁର୍ଘଟଣାରେ ଗୁରୁତର ଇନ୍ଦ୍ରାଣୀଙ୍କ ଚିକିତ୍ସାରେ ଅର୍ଥ ବାଧକ, ପରିବାର ଲୋଡ଼ିଲେ ସାହାଯ୍ୟ

ଭୁବନେଶ୍ବର: ଦୁଃଖ ଯେତେବେଳେ ଆସେ କିଛି କହିକି ଆସେନି । ସମୟ ସୁଅରେ ଦୁଃଖୀ ଲୋକଟିକୁ ଆହୁରି ଦୁଃଖ ଆଡକୁ ଠେଲିଦିଏ । ସକାଳୁ ସକାଳୁ ବାପ ଛେଉଣ୍ଡ ଝିଅଟି ନିଜ ପରିବାର ପ୍ରତିପୋଷଣ ପାଇଁ ଅଫିସ୍ ଯାଉଥିବା ସମୟରେ ଘଟିଯାଏ  ଦୁଃଖଦ ଘଟଣା । ହଠାତ୍ ସାମନାରୁ ଦ୍ରୁତ ଗତିରେ ମାଡି ଆସୁଥିବା ଗାଡିଟି ଗୋଟିଏ ହସଖୁସି ପରିବାରରେ ଆଣିଦିଏ ଅକାଳ ବିପତ୍ତି । ବାପାଙ୍କ ମୃତ୍ୟୁ ପରେ ବିଧବା ମାଆ, ସାନ ଭଉଣୀ , ଗୋଟେ କୁନିଭାଇର ପେଟରେ ଦାନା ଗଣ୍ଡେ ଯୋଗାଡ କରିବାକୁ ଅଣ୍ଟା ଭିଡିଥିବା ଇନ୍ଦ୍ରାଣୀ ସିଂ ଆଜି  ଜୀବନ ମୃତ୍ୟୁର ଲୁଚକାଳି ଖେଳ  ଭିତରେ କଟକର ଏକ ଘରୋଇ ହସ୍ପିଟାଲରେ ଦୟନୀୟ ଅବସ୍ଥାରେ ସଂଗ୍ରାମ କରି ଚାଲିଛନ୍ତି ।

ଚିକିତ୍ସାଧୀନ ଇନ୍ଦ୍ରାଣୀଙ୍କ ପରିବାର ପାଖରେ ଚିକିତ୍ସା ଲାଗି ସମ୍ବଳ ନାହିଁ। ତାଙ୍କ ପରିବାର ସାମାଜିକ ସଂଗଠନ ଓ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ କିଛି ସାହାଯ୍ୟ ସହଯୋଗ ଆଶା କରୁଛନ୍ତି । ଇନ୍ଦ୍ରାଣୀଙ୍କ ଗରିବ ପରିବାର ଲାଗି ୭/୮ ଲକ୍ଷ ଟଙ୍କା ଯୋଗାଡ଼ କରିବା କଷ୍ଟକର ବ୍ୟାପାର। ଏଣୁ ସମସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇବା ଲାଗି ନିବେଦନ କରିଛନ୍ତି।  ଇନ୍ଦ୍ରାଣୀ ସିଂଙ୍କ ଘର ଚଣ୍ଡିଖୋଲ ନିକଟସ୍ଥ  ସୁଭଦ୍ରପୁର (ଚାରିବାଟିଆ)। ଏହି ଟେଲିଫୋନ ନମ୍ବରରେ 9178473973 ଇନ୍ଦ୍ରାଣୀଙ୍କ ପରିବାର ସହିତ ଯୋଗାଯୋଗ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe