ଏସ୍‌କେସିଜି ମହାବିଦ୍ୟାଳୟ କୋଠା ମରାମତି ଓ ନିର୍ମାଣରେ ପୂର୍ତ୍ତବିଭାଗର ଅବହେଳା

ଭିତ୍ତିଭୂମି ନଥିବାରୁ ଉଠିଗଲା ଏନ୍‌ସିସି

ଏସ୍‌କେସିଜି ମହାବିଦ୍ୟାଳୟ କୋଠା ମରାମତି ଓ ନିର୍ମାଣରେ ପୂର୍ତ୍ତବିଭାଗର ଅବହେଳା

ପାରଳାଖେମୁଣ୍ତି: ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବ˚ୟଶାସିତ ମହାବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ପୂର୍ତ୍ତ ବିଭାଗ ଅଟକାଇ ରଖିବା ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ଭଜମନ ବେହେରା। ମହାବିଦ୍ୟାଳୟର ପଛପାର୍ଶ୍ବରେ ଭୋଇପାହାଡ ବାଟଦେଇ ଜନସାଧାରଣ ମହାବିଦ୍ୟାଳୟ ପରିସରକୁ ପ୍ରବେଶ କରୁଛନ୍ତି। ତେଣୁ ଜନସାଧାରଣଙ୍କ ଅଯଥା ପ୍ରବେଶକୁ ରୋକିବା ପାଇଁ କିଛି ବର୍ଷପୂର୍ବେ ପାଚେରି ନିର୍ମାଣ ପାଇଁ ପ୍ରସ୍ତାବ ରଖାଯାଇଥିଲା ଏବ˚ ଅର୍ଥର ଅଭାବ ଦର୍ଶାଇ ପାଚେରିକୁ ସୀମିତ ଭାବେ ନିର୍ମାଣ କରି ରଖିଦିଆଗଲା। ପାଚେରି ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ପୂର୍ତ୍ତ ବିଭାଗ ଦାୟିତ୍ବରେ ଥିବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଶୋକ ଦାଶଙ୍କୁ ଗତ ଏକ ବର୍ଷ ହେଲା ମହାବିଦ୍ୟାଳୟ ତରଫରୁ ଚିଠା ଦେବା ସହ ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ମଧ୍ୟ ତଙ୍କୁ ସାକ୍ଷାତ କରିଥିଲେ। ସେହିପରି ମହାବିଦ୍ୟାଳୟର ଗ୍ରନ୍ଥାଗାର (ଲାଇବ୍ରେରୀ) ନୂତନ କୋଠାକୁ ସ୍ଥାନାନ୍ତର କରାଗଲା । ନୂତନ କୋଠାଟି ଯଦିବା ପୂର୍ତ୍ତ ବିଭାଗ ନିର୍ମାଣ କରିଥିଲା ଗ୍ରନ୍ଥାଗାର କକ୍ଷରେ ଅନେକ ନିର୍ମାଣ ସମ୍ଭନ୍ଧୀୟ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି ।

ପୂର୍ତ୍ତବିଭାଗର ଖାମଖିଆଲି ‌ଯୋଗୁଁ ଏସ୍‌କେସିଜି ମହାବିଦ୍ୟାଳୟରୁ ଏନ୍‌ସିସି ଉଠିଗଲା ବୋଲି କହିଛନ୍ତି ଅଧ୍ୟକ୍ଷ। ନିଳିମା ମନ୍ଦିର ବାଟରେ ଥିବା ମହା ବିଦ୍ୟାଳୟର ୨ୟ ଗେଟ ନିକଟରେ ବାଣିଜ୍ୟ ବିଭାଗର ପୂରାତନ କୋଠାକୁ ମହାବିଦ୍ୟାଳୟର ଏନ୍‌ସିସି କୋଠା କରିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ଏହି ସମ୍ଭନ୍ଧରେ କମର୍ସ'' ବ୍ଲକ କୋଠାକୁ ମରାମତି କରି ଏନ୍‌ସିସିକୁ ହସ୍ତାନ୍ତର କରାଯିବ ବୋଲି ପାରଳା ପୂର୍ତ୍ତ ବିଭାଗକୁ ଲିଖିତ ଭାବେ ଅବଗତ କରାଗଲା । ଚିଠି ପାଇବା ପରେ ପୂର୍ତ୍ତ ବିଭାଗ ଠିକାଦାରଙ୍କୁ ଧରି କିଛି ଦିନ କାମ କରିବା ପରେ ଅଧ୍ୟକ୍ଷଙ୍କୁ କୋଠା ପ୍ରସ୍ତୁତ ହୋଇଗଲା ବୋଲି ଜଣାଇଥିଲେ। ହେଲେ ଅଧ୍ୟକ୍ଷ ଏବ˚ ସହଯୋଗୀ ଏହି କୋଠାକୁ ଅନୁଧ୍ୟାନ କରିବା ବେଳେ ଅତ୍ୟନ୍ତ ନିମ୍ନ କାମ ହୋଇଥିବା ନଜରକୁ ଆସିଥିଲା ଏବ˚ ଉକ୍ତ କୋଠାର କବାଟ ଓ ଝରକା ଅସୁରକ୍ଷିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା। କୋଠା ଠିକ ସମୟରେ ପ୍ରସ୍ତୁତ ନହୋଇଥିବା ଯୋଗୁଁ ଚଳିତବର୍ଷ ମହାବିଦ୍ୟାଳୟରୁ ଏନ୍‌ସିସିକୁ ରାଜ୍ୟ ବୋର୍ଡ ଉଠାଇ ଦେଇଛି । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ.ଜିତେନ୍ଦ୍ର ପଟ୍ଟନାୟକ ମଧ୍ୟ ପୂର୍ତ୍ତ ବିଭାଗ ଠିକାଦାରଙ୍କ ଦ୍ବାରା ଠିକ ସମୟରେ କାର୍ଯ୍ୟ କରିପାରୁନଥିବା ଯୋଗୁଁ ମହାବିଦ୍ୟାଳୟର ସମସ୍ତ ଉନ୍ନୟନ ଗତିବିଧି ଠପ ହୋଇଯାଇଛି ବ‌ୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe