କର୍ତ୍ତବ୍ୟରେ ଅବହେଳା ମହଙ୍ଗା ପଡ଼ିଲା: କଳାହାଣ୍ଡିର ୬ କଲେଜ୍‌ ଅଧ୍ୟକ୍ଷଙ୍କ ଦରମା ବନ୍ଦ

Advertisment
କର୍ତ୍ତବ୍ୟରେ ଅବହେଳା ମହଙ୍ଗା ପଡ଼ିଲା: କଳାହାଣ୍ଡିର ୬ କଲେଜ୍‌ ଅଧ୍ୟକ୍ଷଙ୍କ ଦରମା ବନ୍ଦ

Facebook

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାର ୬ ଜଣ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରିଛି ଉଚ୍ଚ ଶିକ୍ଷା ବିଭାଗ। କର୍ତ୍ତବ୍ୟରେ ଅବହେଳା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ମୁଖ୍ୟ କିରାଣି/କିରାଣିଙ୍କ ଦରମା ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଉ ନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି। ଉଚ୍ଚ ଶିକ୍ଷା ବିଭାଗର ପତ୍ର ସଂଖ୍ୟା ୨୨୨୭୬/୨୬/୫/୨୩ ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଆଞ୍ଚଳିକ ବସ୍ତରିଣୀ, ଜୁନିଅର କଲେଜ ସାନଚେରଗାଁ, ଭବାନୀପାଟଣା ବ୍ଲକର ଜୟ ପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟ ଭବାନୀପାଟଣା, ଥୁଆମୂଳ ରାମପୁର ବ୍ଲକର ମା ମାଣିକେଶ୍ୱରୀ, ପିଏସଏମ୍‌ କଲେଜ ଥୁଆମୂଳ ରାମପୁର, କଲମପୁର ବ୍ଲକର ମହାରାଣୀ କସ୍ତୁରୀକା ମଦୁନି ଡିଗ୍ରି କଲେଜ ଓ ଜୟପାଟଣା ବ୍ଲକର ପତିତପାବନ ଜୁନିଅର କଲେଜ ଅରେବେଡ଼ା ଅଧ୍ୟକ୍ଷଙ୍କୁ କଲେଜ୍‌ର ବିଭିନ୍ନ ତଥ୍ୟ ପ୍ରଦାନ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା।

​କଲେଜ୍‌ ଅଧ୍ୟକ୍ଷ ତାହା ପ୍ରଦାନ କରିବାରେ ବିଳମ୍ବ କରିଥିଲେ। ପରେ ବିଭାଗ ପକ୍ଷରୁ ବାରମ୍ବାର ଜଣାଇବା ସତ୍ତ୍ବେ ଉକ୍ତ କଲେଜ୍ ଅଧ୍ୟକ୍ଷମାନେ ଆବଶ୍ୟକ ସୂଚନା ପ୍ରଦାନ କରିନଥିଲେ। ଶେଷରେ ଉଚ୍ଚ ଶିକ୍ଷା ବିଭାଗର ସହକାରୀ ନିର୍ଦେଶକଙ୍କ ଚିଠିର ଉତ୍ତର ଦେଉନଥିବାରୁ ଉକ୍ତ କଲେଜ୍‌ ଅଧ୍ୟକ୍ଷ ଏବଂ ମୁଖ୍ୟ କିରାଣି ତଥା ଅନ୍ୟ କିରାଣିଙ୍କ ବିରୋଧରେ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏପରିକି ଏଭଳି ଅବହେଳା ପାଇଁ ମେ' ମାସର ଦରମା ନଉଠାଇବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାଟି ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ସାଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe