ରୋଗୀ ମୃତ୍ୟୁକୁ ନେଇ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ଉତ୍ତେଜନା; ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

Advertisment

ହସ୍ପିଟାଲ୍ ଗେଟ୍ ବନ୍ଦ୍ କଲେ, ଶବ ରଖି ରାଜରାସ୍ତା ଅବରୋଧ

ହସ୍ପିଟାଲ୍ ଗେଟ୍ ବନ୍ଦ୍ କଲେ, ଶବ ରଖି ରାଜରାସ୍ତା ଅବରୋଧ

ରୋଗୀ ମୃତ୍ୟୁକୁ ନେଇ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ଉତ୍ତେଜନା; ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

Kalimpong News - blogger

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବୁଧବାର ମଧ୍ୟରାତ୍ରରେ ନର୍ଲା ଜୟନ୍ତୀ ନଗର ପଡ଼ାରଡାର ଜଣେ ବାଳକଙ୍କ ତ୍ରୁଟି ପୂର୍ଣ୍ଣ ଚିକିତ୍ସା ହେତୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, କୈବଲ୍ୟ ସେନାପତି ତାଙ୍କ ପୁଅ ମନୋଜ ସେନାପତିଙ୍କୁ (୧୨ବର୍ଷ) ପେଟବ୍ୟଥାର ଚିକିତ୍ସା ନିମନ୍ତେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କୈବଲ୍ୟଙ୍କ ଅଭିଯୋଗ ଅନୁସାରେ, ସେହି ସମୟରେ ରାତି ଡ୍ୟୁଟିରେ ଥିବା ନର୍ସ ମନୋଜଙ୍କୁ ଦୁଇଟି ଇନଜେକ୍ସନ୍ ଦେଇଥିଲେ। ଇନଜେକ୍ସନ୍ ଦେଇ ସାରିବା ପରେ ଉକ୍ତ ରୋଗୀଙ୍କୁ ଘରକୁ ନେଇଯିବାକୁ କହିଥିଲେ।

ନର୍ସଙ୍କ କଥା ଶୁଣି କୈବଲ୍ୟ ତାଙ୍କ ପୁଅ ମନୋଜଙ୍କୁ ଘରକୁ ନେଇଆସିଲେ। ଘରକୁ ଆଣିବାର କିଛି ସମୟ ପରେ ମନୋଜଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ପୁଣି ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ଡାକ୍ତର ମନୋଜଙ୍କ ଅବସ୍ଥା ଦେଖି ଅନ୍ୟ ଡାକ୍ତରଖାନାକୁ ନେବାପାଇଁ ପରାମର୍ଶ ଦେଇଥିଲେ। ଏହାର କିଛି ସମୟ ପରେ ନର୍ଲା ଡାକ୍ତରଖାନାରେ ହିଁ ମନୋଜଙ୍କ ମୃତ୍ୟୁ ହୋଇଗଲା ବୋଲି କୈବଲ୍ୟ କହିଛନ୍ତି।

ଗୁରୁବାର ସକାଳେ ଏହି ଖବର ଜଣାପଡ଼ିବା ପରେ ହସପିଟାଲ୍ ପରିସରରେ ଆତ୍ମୀୟ ତଥା ଲୋକଙ୍କ ଭିଡ଼ ଜମିଯାଇଥିଲା। ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମନୋଜଙ୍କ ମୃତ୍ୟୁ ହେଲା ବୋଲି ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଶବକୁ ହସପିଟାଲ୍ ସମ୍ମୁଖ ରାଜ୍ୟ ରାଜପଥରେ ରଖି ରାସ୍ତା ଅବରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe