ବକେୟା ବିଦ୍ୟୁତ୍‌ ବିଲ୍‌ ମାଗିବାରୁ ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

Advertisment
ବକେୟା ବିଦ୍ୟୁତ୍‌ ବିଲ୍‌ ମାଗିବାରୁ ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନେସ୍କୋ ନିର୍ବାହୀ ଯନ୍ତ୍ରୀ ଚିତରଂଜନ ମିସ୍ତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିର୍ବାହୀ ଯନ୍ତ୍ରୀ ନିଜ ଟିମ୍‌ ସହ ଆଜି ବକେୟା ବିଦ୍ୟୁତ୍‌ ବିଲ୍‌ କଲେକ୍ସନ୍‌ କରିବାକୁ ହାଟଡିହି ଅଞ୍ଚଳକୁ ବାହାରିଥିଲେ। ସେ ନନ୍ଦିପଦା ଥାନା ଅଣା ଛକ କେନାଲ ରାସ୍ତାରେ ଥିବା ବାସନ୍ତୀ ମହାପାତ୍ର ନାମକ ଜଣେ ଉପଭୋକ୍ତାଙ୍କ ଘରେ ପହଁଞ୍ଚି ବକେୟା ବିଲ୍‌ ଦେବାକୁ କହିଥିଲେ।

publive-image

ବାସନ୍ତୀଙ୍କ ସ୍ୱାମୀ ଘନସ୍ୟାମଙ୍କ ସହ କଥାବାର୍ତା ହେବା ସନୟରେ ପୁଅ ଅନିଲ ଏକ କାଠଫାଳିଆରେ ହଠାତ୍‌ ଯନ୍ତ୍ରୀଙ୍କୁ ଆକ୍ରମଣ କରିଥିଲା। ଏନେଇ ନନ୍ଦିପଦା ଥାନାରେ ଲିଖିତ ଏତାଲା ହୋଇଛି। ଗୁରୁତର ନିର୍ବାହୀ ଯନ୍ତ୍ରୀ ଚିତରଂଜନ ମିସ୍ତ୍ରୀଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe