ଖୋର୍ଦ୍ଧାରେ ବିଭିନ୍ନ ସଂଗଠନ ପକ୍ଷରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ 

ଖୋର୍ଦ୍ଧାରେ ବିଭିନ୍ନ ସଂଗଠନ ପକ୍ଷରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ 

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ୧୮୫୭ର ଓଡ଼ିଶାର ପରାକ୍ରମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତିୀ ପାଳିତ ହୋଇଯାଇଛି। ପତଂଜଳି ଯୋଗ ସମିତି: ଏହି ଅବସରରେ ଖୋର୍ଦ୍ଧା ପତଂଜଳି ଯୋଗ ସମିତି ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଅତିଥି ଭାବେ ଯୋଗ ଦେଇ ଶିବିର ଆରମ୍ଭ କରିଥିଲେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ମହାନ୍ତି ମ୍ମାନିତ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିଥିଲେ ଶିବିରରେ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥଇଲା ଖୋର୍ଦ୍ଧା ରକ୍ତଭଣ୍ଡାରର ଡାକ୍ତର ବିଶ୍ୱ ଭୂଷଣ ଯତି, ଟେ୍ନିସିଆନ୍ ଅରୁଣ ସାହୁ, ଝୁନୁଲତା ସାହୁ ରକ୍ତ ପରୀକ୍ଷା ଓ ସଂଗ୍ରହ କରିଥିଲେ ଦିଲୀପ କୁମାର କର, ପ୍ରମୋଦ ସାହୁ, ସଂଯୁକ୍ତା ରାମ, ନଗେନ୍ଦ୍ର ଚମ୍ପତ୍ତି, ସ୍ବର୍ଣ୍ଣଲତା ପାଇକରାୟ, ସଂଯୁକ୍ତା ମିଶ୍ର ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ: ଖୋର୍ଦ୍ଧା ନଗର ଏବିଭିପି ପକ୍ଷରୁ ନେତାଜୀ ସୁଭାଷ ବୋଷ ଓ ୧୮୫୭ ସିପାହୀ ବିଦ୍ରୋହର ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତି ପାଳିତ ହୋଇଯାଇଛି  ସ୍ଥାନୀୟ ସଂସ୍କୃତି ସୁରକ୍ଷା ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ସ୍ମୃତିଚାରଣ କରାଯାଇଥିଲା। ସେମାନଙ୍କ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହେବାକୁ ଆହ୍ବାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଗୋପବନ୍ଧୁ ଜେନା, ନଗର ସମ୍ପାଦକ ଲଳିତ ମୋହନ ବଡ଼ଜେନା, ନଗର ସହସମ୍ପାଦିକା ରୂପାଂଜଳୀ ରାଉତରାୟ, ଦିପ୍ତୀମୟୀ ପ୍ରତିହାରୀ, ଚିରଂଜୀବୀ ଜଗଦ୍ଦେବ, ଅମିତ ବାରିକ, ପ୍ରଦୀପ କୁମାର ସ୍ବାଇଁଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ନେତାଜୀ କମିଟି

ଖୋର୍ଦ୍ଧାର ନେତାଜୀ କମିଟି ପକ୍ଷରୁ ଆଜି ନେତାଜୀଙ୍କ ୧୨୫ତମ ଜୟନ୍ତି ଅବସରରେ ଏକ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ରାଲି ବାହାରି ନୂଆ ବସଷ୍ଟାଣ୍ଡ, ମାରଓ୍ୱାଡି ପଟ୍ଟି ଦେଇ ଜୟୀରାଜଗୁରୁ ଭବନ ନିକଟରେ ପହଂଚିଥିଲା ।ସେଠାରେ ଏକ ପଥପ୍ରାନତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଶୋକ ସାହୁ, ଜୟନ୍ତ ମହାନ୍ତି, କାର୍ତିକ ଘଡ଼େଇ, ଆଇନଜୀବୀ ବିକ୍ରମ କେଶରୀ ଚମ୍ପତ୍ତି, ଅନୁପମ ମହାଆ, ଅଜିତ ସାହୁ, ତନବୀର ସାଲଓ୍ବିନ୍ ପ୍ରମୁଖ ଯୋଗ ଦେଇଥିଲେ ଅନୁରୂପ ଭାବେ ନେତାଜୀ କମିଟି ପକ୍ଷରୁ ବାଜପୁର, କୁଂଜୁରୀ ପଂଚାୟତରେ ସାଇକଲ୍ ରାଲି କରାଯାଇଥିବା ବେଳେ ହିରାପୁର ଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଗୀତ ଓ ବତ୍କୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟ

ଖୋର୍ଦ୍ଧା ଅାଇନ ମହାବିଦ୍ୟାଳୟ ପକ୍ଷରୁ ଆଜି ନେତାଜୀ ଓ ବୀରସୁରେନ୍ଦ୍ର ସାଏ ଜୟନ୍ତି ପାଳିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଡ ରଜେନ୍ଦ୍ରନାଥ ସାମ‘ରାୟ ଅଧ୍ୟକ୍ଷତା କରିଥିଲେ। ପ୍ରଫେସର ଡ ନାରାୟଣ ରାଓ, ଆମରିସତ୍ୟର ପତ୍ରିକାର ମୁଖ୍ୟ ସମ୍ପାଦକ ପ୍ରସନ୍ନ କୁମାର ଜେନା ନେତାଜୀଙ୍କ ଅ‘ର୍ଦ୍ଧାନ ରହସ୍ୟ ଓ ନେତାଜୀଙ୍କ ସହ ଓଡ଼ିଶା ଓ ଖୋର୍ଦ୍ଧାର କୁନ୍ଦନରାମ, ମଥୁରି ମହାଜନ, ବିଶ୍ୱନାଥ ସାମନ୍ତ, ପର୍ଶୁରାମ ପଦାତିକଙ୍କ ଭଳି ଅନେକ ସହ ସମ୍ପର୍କ ରଖିଥିବା ନେଇ ଅନେକ ତଥ୍ୟ ଉପସ୍ଥାପନ କରିଥିଲେ ସମ୍ପାଦକ ସୁଧୀର କୁମାର ମାନସିଂହ, ଡ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଜୟନ୍ତିର ବାର୍ତାଦେଇଥିଲେ। କଲେଜ ଅଧ୍ୟକ୍ଷ ନିରଂଜନ ପରିଡ଼ା ଧନ୍ୟବାଦ ଦେଇଥିଲେ।

publive-image

ମାନବବାଦୀ ହେତୁବାଦୀ ସଂଗଠନ

ମାନବବାଦୀ ହେତୁବାଦୀ ସଂଗଠନର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି ଉପଲକ୍ଷେ ମୃତ୍ୟୁ ପରେ ଅଙ୍ଗଦାନ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁସ୍ତକ ଉନ୍ମୋଚନ ମଧ୍ୟ ହୋଇଥିଲା । ପ୍ରାଣନାଥ ମହାବିଦ୍ୟାଳୟ ମାର୍ଗସ୍ଥିତ ବିଶ୍ୱାମିତ୍ର ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଐତିହାସିକ ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। କନ୍ଧମାଳର ପ୍ରଫେସର ବିକ୍ରମ କୁମାର ନାୟକ ଓ ମିଳିତ ନିଶା ନିବାରଣ ସମିତିର ରାଜ୍ୟ ସମ୍ପାଦକ ଆଇନଜୀବୀ ଅର୍ଜୁନ ଚରଣ ସାମ‘ରାୟ ଯଥାକ୍ରମେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଉପରେ ବକ୍ତବ୍ୟ ରଖିଥିଲେ। ଏହା ପରେ ଆୟୋଜକ ରାମଶଙ୍କର ଅଙ୍ଗଦାନର ଆବଶ୍ୟକତା ନେଇ ବକ୍ତବ୍ୟ ରଖିବା ସହ ସେ ନିଜେ ଓ ଅର୍ଜୁନ ଚରଣ ସାମ‘ରାୟ ଏବଂ ସୁଧାଂଶୁ ଚରଣ ସାମ‘ରାୟ ଅଙ୍ଗଦାନ କରିବା ନେଇ କୋର୍ଟ ଦସ୍ତାବିଜ୍ ଏମସ୍ ହସପିଟାଲରୁ ଆସିଥିବା ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ। ଏହା ପରେ ହେତୁବାଦୀ ଚିନ୍ତନ ପତ୍ରିକା ଏବଂ ‘ନିଶା ହଟାଅ ଦେଶ ବଂଚାଅ‘ ଓ ‘ତଥାପି ହଟିନି ଅନ୍ଧାର‘ ପୁସ୍ତକ ଉନ୍ମୋଚିତ ହୋଇଥିଲା। ମୁଖ୍ୟ ଅତିଥି ଉକତ୍ଳ ସମ୍ମିଳନୀର ରାଜ୍ୟ ସଭାପତି ତଥା କୃଷି ବୈଜ୍ଞାନିକ ଡ. ଅଦୈତ ଚରଣ ପାତ୍ର, ମୁଖ୍ୟବକ୍ତା ଅର୍ଜୁନ ଚରଣ ସାମନ୍ତରାୟ. କନ୍ଧମାଳର ମହମ୍ମଦ ସୁକୁର, ଭୁବନେଶ୍ୱରର ଡାକ୍ତର ମାନସ କୁମାର ଜେନା, ମଧୁସୂଦନ ଯାଦବ, ବାଲେଶ୍ୱରର ପ୍ରମୋଦ କୁମାର ପଟାୟତ, ସୁନ୍ଦରଗଡ଼ର ଅଧ୍ୟାପିକା ବାସନ୍ତୀ ଆଚାର୍ଯ୍ୟ, ଅସୀମ ସାହୁ, ଅଧ୍ୟାପକ ଧନେଶ୍ୱର ସାହୁ, କରୁଣାକର ବାରିକ ପ୍ରମୁଖ ବୈଜ୍ଞାନିକ ଚିନ୍ତାଧାରା ନେଇ ଆଲୋଚନା କରିଥିଲେ ସୁଧାଂଶୁ ସାମନ୍ତରାୟ  ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe