ନେତାଜୀଙ୍କ ବଳିଷ୍ଠ ପଦକ୍ଷେପ ଆଜି ବି ଯୁବପିଢ଼ିଙ୍କୁ ଦେଶଭକ୍ତି ପାଇଁ ଆହ୍ୱାନ କରୁଛି : ଏନ୍‌ ଭାସ୍କର ରାଓ

Advertisment

ନେତାଜୀ ଜୟନ୍ତୀ ଓ ବାର୍ଷିକ ଉତ୍ସବ ପାଳନ କଲେ ଆଜାଦ ହିନ୍ଦ ଯୁବ ସଂଗଠନ

ନେତାଜୀ ଜୟନ୍ତୀ ଓ ବାର୍ଷିକ ଉତ୍ସବ ପାଳନ କଲେ ଆଜାଦ ହିନ୍ଦ ଯୁବ ସଂଗଠନ

ନେତାଜୀଙ୍କ ବଳିଷ୍ଠ ପଦକ୍ଷେପ ଆଜି ବି ଯୁବପିଢ଼ିଙ୍କୁ ଦେଶଭକ୍ତି ପାଇଁ ଆହ୍ୱାନ କରୁଛି : ଏନ୍‌ ଭାସ୍କର ରାଓ

ରାୟଗଡ଼ା: ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଦେଶଭକ୍ତ ଏବଂ ଜଣେ ଅବିସ୍ମରଣୀୟ ଯୋଦ୍ଧା ଭାବେ ଏ ଜାତିର ଚିର ନମସ୍ୟ ରହିଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ଓ ୩୪ତମ ବାର୍ଷିକ ଉତ୍ସବକୁ ମହାସମାରୋହରେ ପାଳନ କରିଛି ରାୟଗଡ଼ାର କଳା ଅନୁଷ୍ଠାନ ଆଜାଦ୍ ହିନ୍ଦ ୟୁଥ୍ ଆସୋସିଏସନ। ରାୟଗଡ଼ା ସହରର ନେତାଜୀ ମାର୍ଗରେ ଥିବା ଆଜାଦ୍ ହିନ୍ଦ ୟୁଥ୍ ଆସୋସିଏସନ ଲାଇବ୍ରେରି ଠାରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ଓ ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଶ୍ରୀ ରାଓ ଦେଶକୁ ସ୍ୱାଧୀନତା ଆଣିବାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ବୋଷଙ୍କ ବଳିଷ୍ଠ ପଦକ୍ଷେପ ଆଜି ବି ଯୁବପିଢିଙ୍କୁ ଦେଶଭକ୍ତି ପାଇଁ ଆହ୍ୱାନ କରୁଛି। ତେଣୁ ନେତାଜୀଙ୍କ ନୀତି ଓ ଆଦର୍ଶକୁ ଅନୁପ୍ରାଣିତ ହୋଇ ସମସ୍ତେ ଦେଶ ପାଇଁ ନିଜର ଶ୍ରେଷ୍ଠ ପ୍ରଦାନ କରିବା ଆବଶ୍ୟକ ବୋଲି ପ୍ରକାଶ କରିବା ସହ ୩୪ବର୍ଷ ଧରି ଆଜାଦ୍ ହିନ୍ଦ ଆସୋସିଏସନ ସହ ବ୍ୟକ୍ତିଗତ ଭାବେ ଜଡିତ ହୋଇ ରହିଛି। ୩୪ବର୍ଷ ପଦାର୍ପଣରେ ଆସୋସିଏସନ ସାଂସ୍କୃତିକ କଳାରେ ନିଖୁଣ ଥିବା ଅନେକ କଳାକାରଙ୍କୁ ସୁଯୋଗ ଦେଇପାରିଥିବା ବେଳେ ଇ-ପାଠାଗାର ରାୟଗଡା ପାଇଁ ଏକ ଉଦାହରଣ ପାଲଟିଥିବା ଶ୍ରୀ ରାଓ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଡ.ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡ଼ା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, ରାୟଗଡ଼ା ପୌରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ନାୟକ, କବି ସୁଶାନ୍ତ ନାୟକ, ବିଜେଡି ବରିଷ୍ଠ ମହିଳା ନେତ୍ରୀ ସୁଜାତା ପାଳ, ଜିଲ୍ଳା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପୁଲାକା ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ ଅର୍ପଣ କରିଥିଲେ।

publive-image

ମୁଖ୍ୟବକ୍ତା ଶ୍ରୀ ମହାନ୍ତି ନେତାଜୀଙ୍କ ୧୨୭ତମ ଜନ୍ମ ଜୟନ୍ତିରେ ଦେଶ ପରାକ୍ରମ ଦିବସ ପାଳୁଥିବା ସେ ପ୍ରକାଶ କରିଥିଲେ। ଆଜାଦ୍ ହିନ୍ଦ ଆସୋସିଏସନର ସାଧାରଣ ସଂପାଦକ ବିନାୟକ କର ମଂଚ ପରିଚାଳନା କରିଥିବା ବେଳେ ଅପରାହ୍ନ ୩ଟା ସମୟରେ ସ୍ୱତନ୍ତ୍ର କବିତା ଅଧିବେସନ ‘ପୁନରୁକ୍ତି’ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାକୁ ଉପଜିଲ୍ଳାପାଳ ରାୟଗଡା କଲ୍ୟାଣୀ ସଂଘମିତ୍ରା ଦେବୀ ଶୁଭାରମ୍ଭ କରିଥିଲେ। ଆଜାଦ୍ ହିନ୍ଦ ଆସୋସିଏସନର ସଭାପତି ପ୍ରଦୀପ କୁମାର ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର କୁମାର ରେଡ୍ଡି, ଉପସଭାପତି ନୀଳମଣି ପାଟ୍ଟଯୋଶୀ, କୋଷାଧ୍ୟକ୍ଷ ମିହିର କୁମାର ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପରିଚାଳାନରେ ସହଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe