ଭଦ୍ରକରେ ଯୋଗଦେଲେ ନୂତନ ଏସପି ଚରଣ ସିଂ ମୀନା

Advertisment

ନୂତନ ବର୍ଷରେ ଭଦ୍ରକ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇାଲ ଏସପି

ନୂତନ ବର୍ଷରେ ଭଦ୍ରକ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇାଲ ଏସପି

ଭଦ୍ରକରେ ଯୋଗଦେଲେ ନୂତନ ଏସପି ଚରଣ ସିଂ ମୀନା

sambad

ଭଦ୍ରକ: ଭଦ୍ରକ ଜିଲ୍ଲାରେ ନୂତନ ଏସପି ଭାବେ ଚରଣ ସିଂ ମୀନା ଆଜି ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ମୀନା ଯାଜପୁର ଜିଲ୍ଲାରେ ଏସପି ଭାବେ କାର୍ୟ୍ୟ କରୁଥିଲେ। ଭଦ୍ରକ ଏସପି ରାଜେଶ ଉତ୍ତମ ପଣ୍ଡିତଙ୍କର କୋରାପୁଟ ଡିଆଜି ଭାବେ ପଦୋନ୍ନତି ହେବା ପରେ ତାଙ୍କ ସ୍ଥାନରେ ନୂତନ ଏସପି ଭାବେ ଶ୍ରୀ ମୀନା ଭଦ୍ରକରେ ‌ ଯୋଗଦେଇ ନିଜର କାର୍ୟ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ମୀନା ଜଣେ ଦକ୍ଷ ପୁଲିସ ଅଫିସର ଭାବେ ନିଜର ଦାୟୀତ୍ବ ସୂଚାରୁ ରୂପେ ସଂପାଦନ କରୁଥିବାରୁ ତାଙ୍କର ଓଡ଼ିଶାରେ ତାଙ୍କର ସୁନାମ ରହିଛି। ଆଜି ଭଦ୍ରକରେ ଯୋଗଦେବା ପ‌ରେ ଅପରାହ୍ନରେ ସେ ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେଇ କହିଲେ, ନୂଆ ବର୍ଷ ଉପଲକ୍ଷେ ଭଦ୍ରକ ଜିଲ୍ଲାବାସୀଙ୍କୁ ମୋର ଶୁଭେଚ୍ଛା ଓ ଶୁଭ କାମନା ଜଣାଉଛି। ଜିଲ୍ଲାବାସୀଙ୍କର ସୁଖ ସମୃଦ୍ଧି ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।

ଭଦ୍ରକ ଜିଲ୍ଲାରେ ଏସପି ଭାବେ ଯୋଗଦାନ ତାଙ୍କ ପାଇଁ ଏକ ସୁଯୋଗ। ଜିଲ୍ଲାବାସୀଙ୍କର ସେବା କରିବା ମୋର ମୁଖ୍ୟ କାମ। ଲୋକମାନଙ୍କର ଅଭିଯୋଗ ଶୁଣିବା ପରେ ସେମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ପୁଲିସର କାମ। ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ କ୍ରାଇମ କଣ୍ଟ୍ରୋଲ, ଜିଲ୍ଲାରେ କୋଇଲା ଚୋରା ଚାଲାଣ ଓ ଡ୍ରସ୍ ମାଫିଆଙ୍କ ଉପରେ ନଜର ରଖାଯିବ। ଟ୍ରାଫିକ୍ ସମସ୍ୟା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାଇ ରଖାଯିବା ଉପରେ ଅଧିକ ଗୁରୁତ୍ବ ଦେବି। ରାଜ୍ୟ ସରକାରଙ୍କର ୫-ଟି ଓ ମୋର ସରକାରଙ୍କର ନିୟମ ଅନୁଯାୟୀ ଆମକୁ କାମ କରିବାକୁ ପଡିବ। ଜିଲ୍ଲାରେ ପୁଲିସ ଓ ପବ୍ଲିକ ମଧ୍ୟରେ ଉତ୍ତମ ସଂପର୍କ ରକ୍ଷାକରି କାମ କରିବେ ବୋଲି ଏସପି ଶ୍ରୀ ମୀନା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ନୂତନ ଏସପିଙ୍କ ଯୋଗଦାନ ପରେ ଆଜି ଜିଲ୍ଲା ପୁଲିସ କାର୍ୟ୍ୟାଳୟକୁ ଆସି ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଓ ପୁଲିସ କର୍ମଚାରୀମାନେ ଏସପିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe