ନୟାଗଡ଼: ଇଟାମାଟିରୁ ଉଦ୍ଧାର ନବଜାତ ଶିଶୁପୁତ୍ର ଡାକ୍ତରଖାନାରେ ମୃତ

ବିଷାକ୍ତ ମଦ ପିଇ ଯୁବକଙ୍କ ମୃତ୍ୟୁ!

image source--East ldho news

ନୟାଗଡ଼: ଜନତା କର୍ଫ୍ୟୁ ପାଇଁ ଆଜି ସବୁଆଡେ ଶୂନଶାନ୍‌ ଥିବା ବେଳେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରୁ ଏକ ଦୁଃଖଦ ଖବର ଆସିଛି। ଆଜି ସକାଳ ପ୍ରାୟ ୭ଟା ସମୟରେ ଇଟାମାଟି ଟାଙ୍ଗିପାଟଣା ଅଞ୍ଚଳରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। କିନ୍ତୁ ଡାକ୍ତରଖାନାରେ ଶିଶୁପୁତ୍ରଟିକୁ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା ହୋଇଛି। ନବଜାତ ଶିଶୁଟିକୁ ତା’ର ମା’ କିମ୍ବା ଅନ୍ୟ କେହି ଜରି ବସ୍ତାରେ ପୁରାଇ ଫିଙ୍ଗି ଦେଇ ଚାଲି ଯାଇଥିଲା। ସ୍ଥାନୀୟ ବାସିନ୍ଦା ଜିତେନ୍ଦ୍ର ନାୟକଙ୍କ ନଜରରେ ଏହା ପଡ଼ିବା ପରେ ସେ ଶିଶୁ ପୁତ୍ରଟିକୁ ଉଦ୍ଧାର କରିଥିଲେ।

ପିଲାଟି ବଞ୍ଚିଥିବା ଜିତେନ୍ଦ୍ର ଦେଖିବାକୁ ପାଇଥିଲେ। ଏହା ପରେ ସେ ଇଟାମାଟି ଥାନା ପୁଲିସ ଓ ନୟାଗଡ଼ ଚାଇଲ୍‌ଟ ଲାଇନ୍‌ କର୍ତ୍ତୃପକ୍ଷଙ୍କୁ ଯୋଗଯୋଗ କରିଥିଲେ। ପୁଲିସ ଓ ଚାଇଲ୍‌ଡ ଲାଇନ୍‌ କର୍ତ୍ତୃପକ୍ଷଙ୍କ ସହଯୋଗରେ ଶିଶୁ ପୁତ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଥିଲା। ଡାକ୍ତର ପିଲାଟିକୁ ଦେଖିବା ପରେ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା କରିଥିଲେ। କିନ୍ତୁ ପିଲାଟି ଗୁରୁତର ଥିବାରୁ ବଞ୍ଚିବା ସମ୍ଭବପର ହୋଇ ନଥିଲା। ଅପରାହ୍ନରେ ଡାକ୍ତର ଏହି ନବଜାତକକୁ ମୃତ ଘୋଷଣା କରିଥିଲେ। ଏ ନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଇଟାମାଟି ଆଇଆଇସି ଶରତଚନ୍ଦ୍ର ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe