ପୁଣି ଅଲୋଡ଼ା ଶିଶୁ କନ୍ୟା: କେନାଲ କଡ଼ରୁ ନବଜାତ ମୃତ ଶିଶୁ କନ୍ୟା ଉଦ୍ଧାର

ପୁଣି ଅଲୋଡ଼ା ଶିଶୁ କନ୍ୟା: କେନାଲ କଡ଼ରୁ ନବଜାତ ମୃତ ଶିଶୁ କନ୍ୟା ଉଦ୍ଧାର

Image Source: The Indian Express

ଫୁଲବାଣୀ: ପୁଣି ଅଲୋଡ଼ା ଶିଶୁ କନ୍ୟା। ମାତୃତ୍ଵ ଆଗରେ ପୁଣି ଲାଗିଲା କଳଙ୍କ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତର ରତଙ୍ଗ ଗ୍ରାମ କାଳୀ ମନ୍ଦିର ପାଖ କେନାଲରେ। ସୂଚନା ମୁତାବକ କୌଣସି ଏକ ଅଜଣା ମାତୃତ୍ଵ ରାତି ସମୟରେ ଗୋଟିଏ ଶିଶୁ କନ୍ୟା ଜନ୍ମ ଦେଲା ପରେ କାଳୀ ମନ୍ଦିରରୁ ମାତ୍ର ୨୦ରୁ ୨୫ ମିଟର ଦୂରରେ ଥିବା କେନାଲରେ ଫିଙ୍ଗି ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି।

ତେବେ ଏହା ଏକ ଅବୈଧ ସମ୍ପର୍କ କିମ୍ଵା ପ୍ରେମ ଜନିତ ସମ୍ପର୍କରୁ ହୋଇ ଥାଇ ପାରେ ବୋଲି ଅନୁମାନ କରାଯାଉଛି। ପ୍ରଶ୍ନ ଉଠୁଛି ସରକାର ଶିଶୁ କନ୍ୟା ପ୍ରତି ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ଫିରିଙ୍ଗିଆ ଅଂଚଳରେ ଏକାଧିକ ଶିଶୁ କନ୍ୟା ବାହାରେ ଫିଙ୍ଗା ଯିବା ଘଟଣାକୁ ଅଞ୍ଚଳ ବାସି ତୀବ୍ର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ଫିରିଙ୍ଗିଆ ଥାନା ଭାର ପ୍ରାପ୍ତ ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ଘଟଣା ସ୍ଥଳରେ ପହଂଚିବା ସହ ଘଟଣାର ତଦନ୍ତ ଚାଲୁ ରହିଥିବା କହିଛନ୍ତି ପୂର୍ବରୁ ଫିରିଙ୍ଗିଆ ମେଡିକାଲ ପଛ ପଟେ ଜୀବନ୍ତ ଶିଶୁ କନ୍ୟା ଉଦ୍ଧାର କରି ଥିବା ବେଳେ ବର୍ତମାନ ରତଙ୍ଗ ନାଳରେ ମୃତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe