Advertisment

ଚିକିଣି ଘାଟି ନିକଟ ୫୩ ନମ୍ବର ଜାତୀୟ ରାଜପଥ କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

Advertisment
ଚିକିଣି ଘାଟି ନିକଟ ୫୩ ନମ୍ବର ଜାତୀୟ ରାଜପଥ କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଦେବଗଡ଼: ଚିକିଣି ଘାଟି ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥ କଡରୁ ଶନିବାର ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଖବରପାଇ ଜିଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍‌ଡଲାଇନ ମିଳିତ ଭାବେ ଉକ୍ତ ଶିଶୁଟିକୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଏସ.ଏନ୍‌.ସି.ୟୁରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୩ଟା ସମୟରେ ଦେବଗଡ- ରିଆମାଳ ରାସ୍ତାର ଚିକିଣି ଘାଟି ନିକଟସ୍ଥ ୫୩ନମ୍ବର ଜାତୀୟ ରାଜପଥ କଡରେ ଏକ ଶିଶୁ କନ୍ୟା ପରିତ୍ୟକ୍ତ ଅବସ୍ଥାରେ ପଡ଼ି କାନ୍ଦୁଥିବା କେତେକ ପଥଚାରୀ ଦେଖିଥିଲେ। ଏସଂପର୍କରେ ସେମାନେ ଚାଇଲ୍‌ଡଲାଇନ ଓ ଜିଲା ଶିଶୁ ସୁରକ୍ଷା ୟୁନିଟଙ୍କୁ ସୂଚନା ଦେଇଥିଲେ।

ସୂଚନା ପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଚାଇଲ୍‌ଡଲାଇନର ରମାକାନ୍ତ ସାହୁ ଓ ଉପେନ୍ଦ୍ର ଭଂଜ ଘଟଣାସ୍ଥଳରେ ପଂହଚି ଉକ୍ତ ଶିଶୁକୁ ଉଦ୍ଧାର କରି ବାଇକ ଯୋଗେ ଜିଲା ମୂଖ୍ୟ ଚିକିତ୍ସାଳୟର ଏସଏନ୍‌ସିୟୁରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଶିଶୁକନ୍ୟାଟି ସୁସ୍ଥ ଥିବାବେଳେ ଓ ଶିଶୁର ଓଜନ ପ୍ରାୟ ୨କିଲୋ ୭୦୦ ଗ୍ରାମ ରହିଥିବା ବେଳେ ଉକ୍ତ ଶିଶୁଟି ଆଜି ଦିନ ପ୍ରାୟ ୧୨ଟାରୁ ୧ ଟା ଭିତରେ ଜନ୍ମ ହୋଇଥିବା ନେଇ ଅନୁମାନ କରାଯାଉଥିବା ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ତେବେ କୌଣସି କୁମାରୀ ମା’ ଶିଶୁଟିକୁ ଜନ୍ମ କଲାପରେ ସେଠାରେ ପକାଇଦେଇଥିବା ଅନୁମାନ କରାଯାଉଛି। ଉକ୍ତ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ତାର ଥଇଥାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗ ସୁତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe