Sambad
କେନ୍ଦ୍ରାପଡ଼ା: ବଦଳିବ କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ତ୍ର ରୂପରେଖ। ଆଉ ପୂର୍ବଭଳି ଖୋଲା ଆକାଶ ତଳେ ରହିବନି ବସ୍। ଅତ୍ୟାଧୁନିକ ବସ୍ ଟର୍ମିନାଲ୍ ହେବ। ବିଶ୍ରାମ ଗୃହ ସା˚ଗକୁ ଶୌଚାଳୟ ବି ରହିବ। ବସଷ୍ଟାଣ୍ତ୍ର ଆକାର ବଢ଼ିବ। ଯୋଜନାରେ ଏମିତି କେତେ କ’ଣ ରହିଛି। ସରକାରୀ ଅନୁଦାନକୁ ମ˚ଜୁରୀ ମିଳିସାରିଥିବା ବେଳେ ଏବେ କେବଳ ବୈଷୟିକ ଅନୁମୋଦନକୁ ଅପେକ୍ଷା ରହିଛି। ଏହା ପରେ ଟେଣ୍ତର୍ ଆଉ କାମ ଆରମ୍ଭ ହେବ। ଅତି ବେଶୀରେ ଆସନ୍ତା ଦୁଇରୁ ତିନି ମାସ ଭିତରେ କାମ ଆରମ୍ଭ ହେଇଯିବ ବୋଲି ପୂର୍ତ୍ତ ବିଭାଗ-୧ ସୂଚନା ଦେଇଛି। ସହର ଭିତରେ ବସଷ୍ଟାଣ୍ତ୍ ଥିବାରୁ ତିନିମୁହାଣୀର କୌଣସି ଜାଗାରେ ନୂଆ କରାଯିବାକୁ ପ୍ରସ୍ତାବ ଥିଲା। ଏହି କ୍ରମରେ ଜାଗା ବି ଖୋଜା ଯାଇଥିଲା। ମାତ୍ର ଉପଯୁକ୍ତ ଜାଗା ନ ମିଳିବାରୁ ଯେଉଁଠି ସ˚ପ୍ରତି ବସଷ୍ଟାଣ୍ତ୍ ରହିଛି, ସେହି ଜାଗାକୁ ବିକଶିତ କରାଯିବ। ଏଥିପାଇଁ ୬ କୋଟି ଟଙ୍କା ମ˚ଜୁର ହୋଇ ବୈଷୟିକ ଅନୁମୋଦନ ଅପେକ୍ଷାରେ ରହିଛି। ପୂର୍ତ୍ତ ବିଭାଗ-୧ କାମ କରିବ। ଯୋଜନା ମୁତାବକ ବସଷ୍ଟାଣ୍ତ୍ ପଛପାଖ ଯେଉଁ ଖାଲି ପଡ଼ିଛି, ତାହାକୁ ସ˚ପ୍ରସାରିତ କରାଯିବ। ରାଜ୍ୟ ପରିବହନ ବିଭାଗ ଯେତିକି ଜାଗା ସେଠାରେ ଅଛି, ସ˚ପୂର୍ଣ୍ଣ ସେହି ଜାଗା ଉପରେ ବସ ଟର୍ମିନାଲ୍ ସହିତ ବିଶ୍ରାମ ଗୃହ, ଶୌଚାଳୟ ଏବ˚ ମାର୍କେଟ୍ କ˚ପ୍ଲେକ୍ସ୍ କରାଯିବାର ଯୋଜନା ରହିଛି। ବର୍ତ୍ତମାନ ବସଷ୍ଟାଣ୍ତ୍କୁ ପାଖାପାଖି ୩୦ବସ୍ ଯା’ଆସ କରୁଛି। ବାକି ବସଗୁଡ଼ିକ ତିନିମୁହାଣୀ ବାଇପାସ୍ ଦେଇ ଗନ୍ତବ୍ୟ ସ୍ଥଳକୁ ଯାଉଛି।
ହେଲେ ଏତେ ପୁରୁଣା ବସଷ୍ଟାଣ୍ତ୍ ହୋଇଥିଲେ ମଧୢ ସବୁବେଳେ ଅବହେଳିତ ହୋଇ ଆସିଛି। ଆଗରୁ ବର୍ଷା ଦିନେ ବସଷ୍ଟାଣ୍ତ୍ ଭିତରକୁ ପଶି ହେଉନଥିଲା। କାଦୁଅରେ ଯାତ୍ରୀଙ୍କୁ ଲଟପଟ ହେବାକୁ ପଡ଼ୁଥିଲା। ମାତ୍ର ଚାରି ପା˚ଚ ବର୍ଷ ପୂର୍ବରୁ ତଳ କ˚କ୍ରିଟ୍ ହେଇ ଯାଇଛି। ନୂଆ ବିଶ୍ରାମ ଗୃହ ଓ ଶୌଚାଳୟ ହୋଇଥିଲେ ବି ପଛରେ ଥିବାରୁ ଯାତ୍ରୀ ମାନେ କେହି ଜାଣିପାରୁନାହାନ୍ତି। ବସଷ୍ଟାଣ୍ତ୍ର ସ˚ପୂର୍ଣ୍ଣ ପରିମଳ ଦାୟିତ୍ବ ମ୍ୟୁନିସିପାଲିଟି ନେଇଛି। ସେଥିପାଇଁ ବସ୍ ପିଛା ପ୍ରତିଦିନ ପାର୍କି˚ ଫି’ ବାବଦକୁ ୧୦ଟଙ୍କା ଆଦାୟ କରୁଛି। କିନ୍ତୁ ସମସ୍ୟା ହେଉଛି ବସଷ୍ଟାଣ୍ତ୍ର ପ୍ରବେଶ ଦ୍ବାର ଯେଭଳି ସ˚କୁଚିତ ହେଇ ରହିଛି, ତାହାକୁ କେହି ଦୂରରୁ ଦେଖିଲେ ବସଷ୍ଟାଣ୍ତ୍ ବୋଲି କହିବେ ନାହିଁ। ସମ୍ମୁଖଭାଗର ଅନେକ ସ୍ଥାନ ଜବରଦଖଲରେ ରହିଛି। ଏହାକୁ ଉଚ୍ଛେଦ କରାଯିବାର ବ୍ୟବସ୍ଥା ରହିଛି। ବସ୍ ଯେଭଳି ସୁବିଧାରେ ଭିତରକୁ ପଶିପାରିବ ଆଉ ବାହାରିବ, ସେହିଭଳି ଭିତ୍ତିଭୂମି ତିଆରି କରାଯିବାକୁ ଯୋଜନା ହୋଇଛି। ପୂର୍ତ୍ତ ବିଭାଗ କହିବା କଥା ହେଉଛି, ଅନୁଦାନ ମ˚ଜୁର ପରେ ବୈଷୟିକ ଅନୁମୋଦନକୁ ଅପେକ୍ଷା ରହିଛି। ଏହାପରେ ଖୁବ୍ଶୀଘ୍ର ଟେଣ୍ତର୍ ଡକାଯିବ। ସମ୍ଭବତଃ ଆସନ୍ତା ଦୁଇ ମାସ ଭିତରେ କାମ ଆରମ୍ଭ କରିବାର ଯୋଜନା ଥିବା ବିଭାଗ ସୂଚନା ଦେଇଛି। ବିଭାଗର ସୂଚନାନୁଯାୟୀ ଯଦି ନିଧାର୍ରିତ ସମୟ ଭିତରେ କାମ ଆରମ୍ଭ ହୁଏ, ତେବେ ଚିର ଅବହେଳିତ ହୋଇ ପଡ଼ି ରହିଥିବା କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ତ୍ର ହୁଲିଆ ବଦଳିବା ସହିତ ଯାତ୍ରୀଙ୍କ ସମସ୍ୟା ଦୂର ହେଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
Follow Us