ଖୋର୍ଦ୍ଧା: ଦାୟିତ୍ୱ ନେଲେ ନୂତନ ଜିଲ୍ଲାପାଳ, ସାଧାରଣ ଅଭିଯୋଗ ଓ ୫-ଟିକୁ ଗୁରୁତ୍ୱ

Advertisment
ଖୋର୍ଦ୍ଧା: ଦାୟିତ୍ୱ ନେଲେ ନୂତନ ଜିଲ୍ଲାପାଳ, ସାଧାରଣ ଅଭିଯୋଗ ଓ ୫-ଟିକୁ ଗୁରୁତ୍ୱ

Sambad

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ବଦଳି ବିଜ୍ଞପ୍ତି ପ୍ରକାଶର ତିନିଦିନ ପରେ ଆଜି କେ ସୁଦର୍ଶନ ଚକ୍ରବର୍ତୀ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନିଜର ଇଷ୍ଟଦେବଙ୍କ ଆଶୀର୍ବାଦ ନେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ। ସେଠାରେ ବର୍ହି ବିଭାଗର ରୋଗୀ ଓ ଚିକିତ୍ସା ସେବାର ସ୍ଥିତି ଦେଖିଥିଲେ। ତେବେ ବର୍ହି ବିଭାଗରେ ରକ୍ତଚାପ ଯନ୍ତ୍ର ଆଦି ଆବଶ୍ୟକ ସରଞ୍ଜାମ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଜିଲ୍ଲା ଶିକ୍ଷାବିଭାଗ ପକ୍ଷରୁ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ଏହାପରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇଥିଲେ।

publive-image Sambad

ଏହି ଅବସରରେ ଗଣମାଧ୍ୟମକୁ ମାତ୍ର କେଇ ସେକଣ୍ଡର ସାକ୍ଷାତ ଦେଇ କହିଥିଲେ ଯେ ଜଣେ ଜିଲ୍ଲାପାଳ ଭାବେ ଲୋକଙ୍କ ଅଭିଯୋଗର ସମାଧାନ ଓ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ସେ ପ୍ରାଥମିକତା ଦେବେ। ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିଦର୍ଶନ ସମ୍ପର୍କରେ ସେ କହିଥିଲେ ଯେ ଏହି ପରିଦର୍ଶନ ସାମାନ୍ୟ ଥିଲା। ଚିକିତ୍ସାଳୟ ସମ୍ପର୍କରେ ଆଲୋଚନା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଡକାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe