ଉଠିଲା କରୋନା କଟକଣା, ଜିଲ୍ଲାରେ ଖୋଲିବ ମନ୍ଦିର

Advertisment
ଉଠିଲା କରୋନା କଟକଣା, ଜିଲ୍ଲାରେ ଖୋଲିବ ମନ୍ଦିର

Photo-Indiandivine.org

ବାରିପଦା: ଅଗଷ୍ଟ ମାସ ପାଇଁ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି ଗାଇଡ଼ଲାଇନ। ନୂତନ ଘୋଷଣା ଅନୁଯାୟୀ ପୂର୍ବରୁ ବି କାଟାଗୋରୀରେ ଥିବା ମୟୂରଭଞ୍ଜରୁ ଉଠିଛି କଟକଣା। ଅଗଷ୍ଟ ପହିଲାରୁ ଜିଲ୍ଲାରେ ଆଉ ସପ୍ତାହନ୍ତ କଟକଣା ଲାଗୁ ହେବ ନାହିଁ। ସେହିପରି ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି।

ତେବେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ଏହି ଘୋଷଣା ପରେ ଜିଲ୍ଲାରେ ମଲ, ସିନେମା ହଲ ଆଦି ଖୋଲିବ। ସେହିପରି ଜିଲ୍ଲାରେ ଥିବା ମଠ ମନ୍ଦିର ସମେତ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଆଶା ଉଜ୍ଜ୍ୱଳ ହୋଇଛି।

ଆସନ୍ତାକାଲି ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଅଗଷ୍ଟ ଗାଇଡ଼ଲାଇନ ଜାରି କରିବା ନେଇ ଜିଲ୍ଲାପାଳ ବିନିଥ ଭରଦ୍ବାଜ ସୂଚନା ଦେଇଛନ୍ତି। ତେବେ ଜିଲ୍ଲାରେ ନିର୍ଦ୍ଦିଷ୍ଟ କଟକଣା ମଧ୍ୟରେ ମନ୍ଦିର ଖୋଲିବା ନେଇ ସୂଚନା ଜଣାପଡିଛି। ଏନେଇ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe