ଗଂଜାମ: ନବ ବିବାହିତା ମହିଳାଙ୍କ ମୃତ୍ୟୁ

Advertisment
ଆନନ୍ଦପୁର : ମହିଳାଙ୍କୁ ହତ୍ୟା କରି ଫିଙ୍ଗିଦେଲେ

urdupoint.com

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ଅଞ୍ଚଳରେ ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି। ଡହ ଅଞ୍ଚଳର କାଳିଆ ନାଇକଙ୍କ ପତ୍ନୀ ଶିବାନୀ ନାଇକଙ୍କ (୨୨) ମୃତ୍ୟୁ ହୋଇଛି। ଶିବାନୀ ବିଷାକ୍ତ ପଦାର୍ଥ ପିଇଥିବା ବେଳେ ସେଥିରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବେଳ ତାହା ସ୍ପଷ୍ଟ ହୋଇପାରି ନାହିଁ। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ ସ୍ଥାନୀୟ ବାଉଁଶଲୁଣ୍ଡି ଅଞ୍ଚଳର ଶିବାନୀ ଗତ ୫ମାସ ତଳେ ଡହ ଗ୍ରାମର କାଳିଆ ନାଇକକୁ ବିବାହ କରିଥିଲେ। ଆଜି ଅପରାହ୍ନରେ କାଳିଆ କେଣସିକ କାମରେ ବାହରକୁ ଯାଇଥିଲେ। ସେହି ସମୟରେ ଶିବାନୀ ଘରେ ପଡିରହିଥିଲେ। ପରିବାରଲୋକେ ଶିବାନୀଙ୍କୁ ଏପରି ଅବସ୍ଥାରେ ଦେଖି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଭଞ୍ଜନଗର ପୁଲିସ ମେଡିକାଲରେ ପହଞ୍ଚି ଶିବାନୀଙ୍କ ମୃତ ଦେହକୁ ଜବତ କରି ରଖିଥିବା ବେଥଳେ ଏହାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe