ଗଣେଶ ପୂଜା ପାଇଁ ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର

Advertisment
ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ଆଜି ୪ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ

 ପୁରୀ: ଜଗା ଦର୍ଶନ ପାଇଁ କୋହଳ ହେଇଛି ଶ୍ରୀମନ୍ଦିର କଟକଣା । ଏଣିକି ସପ୍ତାହକୁ ୬ ଦିନ କାଳିଆ ଦର୍ଶନ କରିପାରିବେ ଭକ୍ତ । ସାନିଟାଇଜ୍ ପାଇଁ କେବଳ ରବିବାରକୁ ଛାଡିଦେଲେ ଅନ୍ୟ ସବୁଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲାରହିବ । ତେବେ ଆସନ୍ତା ୧୩ ତାରିଖରୁ ଏହି ଗାଇଡଲାଇନ୍ ଶ୍ରୀମନ୍ଦିରରେ ପାଳନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଆସନ୍ତା ଗଣେଶ ପୂଜା ଦିନ ଶୁକ୍ରବାର ଥିଲେ ମଧ୍ୟ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ତା’ ପର ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ମଧ୍ୟ ପୂର୍ବ ନିୟମ ମୁତାବକ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ଏହାପରଠାରୁ ଶ୍ରୀମନ୍ଦିରରେ ନୂଆ ଏସଓପି ଲାଗୁ କରାଯିବ । ୧୩ ତାରିଖ ପରଠାରୁ ପ୍ରତି ରବିବାର କେବଳ ଶ୍ରୀମନ୍ଦିର ବନ୍ଦ ରହିବ । ଅନ୍ୟପଟେ ଶ୍ରୀମନ୍ଦିରରେ ଦର୍ଶନ ଅବଧି ମଧ୍ୟ ଭକ୍ତଙ୍କ ପାଇଁ ବଢାଇ ଦିଆଯାଇଛି । ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ବଦଳରେ ରାତି ୯ଟା ଯାଏଁ କାଳିଆ ଦର୍ଶନ କରିପାରିବେ ଭକ୍ତ । ସଂକ୍ରମଣ କମୁଥିବା ଦେଖି ଦର୍ଶନ ଅବଧିକୁ ଆହୁରି ୨ ଘଣ୍ଟା ବଢାଇଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe