ତେଲୁଗୁ ନୂତନ ବର୍ଷ କାର୍ଯ୍ୟକ୍ରମରେ ବିଭିନ୍ନ ‌କ୍ଷେତ୍ରରେ କୃତିତ୍ବ ହାସଲକାରୀଙ୍କୁ ସମ୍ବର୍ଦ୍ଧନା

Advertisment
ତେଲୁଗୁ ନୂତନ ବର୍ଷ କାର୍ଯ୍ୟକ୍ରମରେ ବିଭିନ୍ନ ‌କ୍ଷେତ୍ରରେ କୃତିତ୍ବ ହାସଲକାରୀଙ୍କୁ ସମ୍ବର୍ଦ୍ଧନା

Sambad

ଜୟପୁର: ତେଲୁଗୁ ସାଂସ୍କୃତିକ ସମିତି ପକ୍ଷରୁ ଆଜି ବୁଧବାର ସନ୍ଧ୍ୟାରେ ସ୍ଥାନୀୟ‌ ବେଦିକା ଲନ୍ ପରିସରରେ ‘ଜୟପୁର ଉଗାଦି ବେଦୁକାଳୁ’ ଉତ୍ସବ ଉଦଘାଟିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ତେଲୁଗୁ ଚଳଚ୍ଚିତ୍ର ଗିତିକାର ବାଲ୍ଲା ବିଜୟ କୁମାର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିଲେ। ପ୍ରଦୀପ ପ୍ରଜ୍ବଳନରେ କେସିସି ବ୍ୟାଙ୍କ ପରିଚାଳନା ସମିତି ସଭାପତି ଇଂ. ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ବିଜେଡି ନେତ୍ରୀ ଡଃ. ଇନ୍ଦିରା ନନ୍ଦ, ବାଲା ରାୟ, ଶଶିଭୁଷଣ ପଟ୍ଟନାୟକ, ପି. ବାଲଙ୍କି ରାଓ, ସୁଧାକର ପଟ୍ଟନାୟକ ଆଦି ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ମୁଖ୍ୟଅତିଥି ବିଜୟ କୁମାର, କେଭି ରାମଣା, ଡଃ. ବି.ଗାୟତ୍ରୀ ଦେବୀ, ଡଃ. ଆଦିତ୍ୟ, ସୁଧାକର ପଟ୍ଟନାୟକ, ଡଃ. ଜାମି ତେ‌ଜେଶ୍ବିନୀ, ଟି. ଗୌରୀଶଙ୍କର, ରାଜା ରେଡ୍ଡୀ, ବିଶ୍ବନାଥ୍ ନାୟକ, ଭି. ଭାସ୍କର ରାଓ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

publive-image Sambad

ଏହି ଅବସରରେ ଲୋକଗାୟକ ଜାନକୀ ରାଓ ଏବଂ ଦଳ ଦ୍ବାରା ଲୋକ ଗୀତ ପରିବେଷଣ କରାଯାଇଥିଲା। ସେଭଳି ସ୍ଥାନୀୟ କଳାକାର ମାନେ ବିଭିନ୍ନ ପ୍ରକାର ନୃତ୍ୟ ଓ ଅଭିନୟ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ସଭାପତି ବିରେଶ କୁମାର ପଟ୍ଟନାୟକ, ବି. ସତୀଶ, ପୌରଉପାଧ୍ୟକ୍ଷା ବି. ସୁନିତା, ପ୍ରତାପ ପଟ୍ଟନାୟକ, ଜି. ଶ୍ରୀକାନ୍ତ ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତାକାଲି ଗୁରୁବାର ମଧ୍ୟ ସାଂସ୍କୃତିକ ସନ୍ଧ୍ୟା ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe