ପୁଣି ଅଲୋଡ଼ା ଶିଶୁକନ୍ୟା ! ହସ୍‌ପିଟାଲ ସୋଫାରେ ୧୦/୧୨ଦିନର ଶିଶୁ କନ୍ୟାକୁ ଛାଡ଼ି ମା’ ଚମ୍ପଟ

Advertisment
ପୁଣି ଅଲୋଡ଼ା ଶିଶୁକନ୍ୟା ! ହସ୍‌ପିଟାଲ ସୋଫାରେ ୧୦/୧୨ଦିନର ଶିଶୁ କନ୍ୟାକୁ ଛାଡ଼ି ମା’ ଚମ୍ପଟ

Times Now

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫ୍‌ରୁମ୍‌ ସମ୍ମୁଖରୁ ୧୦/୧୨ ଦିନର ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଏବେ ଶିଶୁ କନ୍ୟାଟି ଡାକ୍ତରଖାନା କର୍ମଚାରୀଙ୍କ ଦାୟିତ୍ୱରେ ରହିଛି। ଶିଶୁଟିର ମା’ ତାକୁ ଛାଡ଼ି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି।

publive-image

ବେତନଟି ବ୍ଲକ୍‌ ଶିଶୁ ସୁରକ୍ଷା ଅଧିକାରୀ ଓ ଅନ୍ୟମାନେ ପରିତ୍ୟକ୍ତ ଶିଶୁମାନଙ୍କୁ ବଞ୍ଚାଇବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହାସତ୍ତ୍ୱେ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଷ୍ଟାଫ୍‌ରୁମ୍‌ ସମ୍ମୁଖରେ ଥିବା ସୋଫାରେ ଏକ ଶିଶୁକନ୍ୟା ପଡ଼ି ରହି କାନ୍ଦିବା ଦେଖାଯାଇଥିଲା । ଶିଶୁଟିର କାନ୍ଦ ଶୁଣି ଡିୟୁଟିରେ ଥିବା କର୍ମଚାରୀମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଏହାପରେ ଶିଶୁ କନ୍ୟାଟିକୁ କୋଳକୁ ନେଇ ବୁଝାଇ କାନ୍ଦ ଚୁପ କରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସିପୁନ ପଣ୍ଡା ଓ ବିପିଏନ୍‌ (ବ୍ଲକ୍‌ ପ୍ରୋଗ୍ରାମ୍‌ ମ୍ୟାନେଜର) ଘଟଣାସ୍ଥଳରେ ପହଞ୍ଚିଥିଲେ। ଡାକ୍ତର ଶିଶୁଟିର ଚିକିତ୍ସା ପରେ କେଉଁ ଖାଦ୍ୟପାନୀୟ ଦିଆଯିବ ତାହା କହିଥିଲେ। ତେବେ କିଏ ଶିଶୁକନ୍ୟାଟିକୁ ଡାକ୍ତରଖାନାରେ ଛାଡ଼ି ଚାଲି ଯାଇଛି ତାହା ଜଣାପଡ଼ି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe