ଅମାନବୀୟ ଘଟଣା: ପିଆଜ ଅଖାରେ ପୁରାଇ ଶିଶୁପୁତ୍ରକୁ ଅଳିଆ ଗଦାରେ ଫିଙ୍ଗି ଦେଲା ମା’

ଅମାନବୀୟ ଘଟଣା: ପିଆଜ ଅଖାରେ ପୁରାଇ ଶିଶୁପୁତ୍ରକୁ ଅଳିଆ ଗଦାରେ ଫିଙ୍ଗି ଦେଲା ମା’

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା’ ଲୋକଲଜ୍ଜା ଯୋଗୁ ହେଉ କି ଅନ୍ୟ କୌଣସି କାରଣ ପାଇଁ ନିଜ ଜନ୍ମ କରିଥିବା ଶିଶୁ ପୁତ୍ରକୁ ଏକ ପିଆଜ ଅଖାରେ ଗୁଡେଇ  ମଇଳା ଗଦାରେ ଫୋପାଡି ଦେଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଉମରକୋଟ ବିଦ୍ୟୁତ୍ ବିଭାଗ ପଛପଟେ ଥିବା ଶିକ୍ଷକମାନଙ୍କ କଲୋନୀରେ ଏକ ମଇଳା  ଗଦାରେ ସବୁ ଦିନ ପରି ଆଜି ମଧ୍ୟ କୋଲାନିରେ ରହୁଥବା ମହିଳାମାନେ ଅଳିଆ ଫୋପାଡି ଥିଲେ। ତେବେ ଜଣେ ମହିଳା ପାଣି ପକାଇବା ମାତ୍ରେ ଏକ ଛୋଟ ଶିଶୁର କ୍ରନ୍ଦନ ଶୁଭିଥିଲା। ଏଥିରେ ଉକ୍ତ ମହିଳା ପ୍ରଥମେ ଚମକି ପଡ଼ିଥିଲେ। ପରେ ସାହିର ଅନ୍ୟ ମହିଳାମାନଙ୍କୁ ଡାକିଥିଲେ।

ଏହାପରେ ଜାଣିବାକୁ ମିଳିଥିଲା କି ଏକ ପିଆଜ ଖାଲି ବସ୍ତ।ରେ ଶିଶୁଟି ଗୁଡେଇ ହେଇ ପଡିଛି। ପରେ ମହିଳା ଶିଶୁକୁ ଉଦ୍ଧାର କରିଥିଲେ। ସେତେବେଳକୁ ଶିଶୁର ଦେହସାରା ପିମ୍ପୁଡ଼ି ଲାଗି ଯାଇଥିଲା। ତୁରନ୍ତ ସେହି ଶିଶୁକୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତି କରାଯାଇଥିଲା। ଏପରିକି ଶିଶୁର ନାଭିରୁ ନାଇ ମଧ୍ୟ କଢ଼ା ଯାଇନଥିଲା। ତେବେ ଶିଶୁ ହସ୍ପିଟାଲ୍ ପହଞ୍ଚିବା ପରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଚିକିତ୍ସା ଆରମ୍ଭ କରି ଥିଲେ।

ଶିଶୁଟିର ଚିକିତ୍ସା ପରେ ଅବସ୍ଥାରେ ଉନ୍ନତି ଆସୁଥିବା ଡାକ୍ତର ସନ୍ତୋଷ କୁମାର ପଣ୍ଡା ସୂଚନା ଦେଇଛନ୍ତି। ତେବେ କେଉଁ କାରଣରୁ ଶିଶୁକୁ ମଇଳା ଗଦାରେ ଜନ୍ମ କରିଥିବା ମା’ ଫୋପାଡି ଦେଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe