ଝାରସୁଗୁଡ଼ା: ଲିଭ୍‌ ଇନ୍‌ ରିଲେସନ୍‌ରୁ ଜନ୍ମିତ ଶିଶୁ ପୁତ୍ରକୁ ୧୨ ହଜାର ଟଙ୍କାରେ ବିକ୍ରି : ଥାନାରେ ୨ ଅଟକ

ଝାରସୁଗୁଡ଼ା: ଲିଭ୍‌ ଇନ୍‌ ରିଲେସନ୍‌ରୁ ଜନ୍ମିତ ଶିଶୁ ପୁତ୍ରକୁ ୧୨ ହଜାର ଟଙ୍କାରେ ବିକ୍ରି : ଥାନାରେ ୨ ଅଟକ

Smiling mother holding baby

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବଞ୍ଜାରୀ ଗ୍ରାମରେ ଲିଭ ଇନ୍‌ ରିଲେସନ୍‌ରେ ରହୁଥିବା ପଶ୍ଚିମବଙ୍ଗର ଜଣେ ଶ୍ରମିକ ଶେଣୀର ଯୁବକ ଓ ତାଙ୍କ ପ୍ରେମିକାଙ୍କ ଠାରୁ ଜନ୍ମିତ ଶିଶୁ ପୁତ୍ରଙ୍କୁ ମାତ୍ର ୧୨ ହଜାର ଟଙ୍କାରେ ବ୍ରକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଝାରସୁଗୁଡ଼ା ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ପୁଲିସ ସହାୟତାରେ ୧୧ ଦିନର ଶିଶୁପୁତ୍ରଙ୍କୁ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ବଳବଶପୁର ଗାଁରୁ ଉଦ୍ଧାର କରିଛି। ଶିଶୁପୁତ୍ରଟିକୁ ୧୨ ହଜାର ଟଙ୍କାରେ କିଣିଥିବା ବଲବଶପୁର ଗାଁର ରାମକୃଷ୍ଣ ସାହୁ ଓ ଏହି ପିଲା ବିକ୍ରି କାର୍ଯ୍ୟରେ ଦଲାଲି କରିଥିବା ଅଭିଯୋଗରେ ବଞ୍ଜାରୀ ଗ୍ରାମର ପ୍ରଦୀପ ଗୁରୁଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

publive-image
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରର ରାଜୁ ଅନ୍‌ସାରୀ( ୨୬ ବର୍ଷ) ନାମକ ଜଣେ ଯୁବକ ବଞ୍ଜାରୀ ଗ୍ରାମରେ ରହି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ରାଜୁ ଗତ କିଛି ଦିନ ହେବ ସେହି ବଞ୍ଜାରୀ ଗ୍ରାମର ଜଣେ ଯୁବତୀ ଶ୍ରମିକଙ୍କୁ ଭଲ ପାଉଥିଲେ। ମାତ୍ର ଉଭୟଙ୍କ ଆର୍ଥିକ ସ୍ଥିତି ଖରାପ ଥିବାରୁ ସେମାନେ ବିବାହ କରି ପାରି ନ ଥିଲେ। ମାତ୍ର ଉଭୟ ଏକତ୍ର ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେ। ଏହି ସମ୍ପର୍କରୁ ଯୁବତୀ ଜଣକ ଅନ୍ତସତ୍ତ୍ୱା ହେବା ପରେ ତାଙ୍କୁ ବିଭିନ୍ନ ଭୟ ଦେଖାଇଥିଲେ ସେହି ଅଞ୍ଚଳର ପ୍ରଦୀପ ଗୁରୁ ନାମକ ଜଣେ ଯୁବକ। କହିଥିଲେ ଯେ ତୁମେ ପଶ୍ଚିମ ବଙ୍ଗର ଜଣେ ଯୁବକଙ୍କ ସହିତ ରହିଛ ମାତ୍ର ବିବାହ କରିନାହଁ। ସେ ତୁମକୁ ଛାଡ଼ି ପଳାଇଗଲେ ତୁମ ଜନ୍ମିତ ଶିଶୁଟିକୁ କେମିତି ନେଇ ରହିବ ବୋଲି ଯୁବତୀଙ୍କୁ କହିଥିଲେ ପ୍ରଦୀପ। ତେବେ ରାଜୁ ଓ ଯୁବତୀଙ୍କ ଆର୍ଥିକ ଅବସ୍ଥା ସ୍ୱଛଳ ନ ଥିବାରୁ ଉଭୟ ବଳବଶପୁର ଗାଁର ରାମକୃଷ୍ଣ ସାହୁଙ୍କ ଠାରୁ ୮ ହଜାର ଟଙ୍କା ବିଭିନ୍ନ ସମୟରେ ଆଣିଥିଲେ। ତେବେ ଗତ ୧୩ ତାରିଖ ଦିନ ବୁଲା ଡାକ୍ତରଖାନାରେ ଯୁବତୀ ଜଣକ ଏକ ଶୁଶୁ ପୁତ୍ରଙ୍କୁ ଜନ୍ମ ଦେବା ପରେ ସେଠାରେ ପହଞ୍ଚି ଶିଶୁପୁତ୍ରଟିକୁ ରାମକୃଷ୍ଣଙ୍କୁ ଦେଇ ଦେବା ପାଇଁ ପ୍ରବର୍ତ୍ତାଇ ଥିଲେ ପ୍ରଦୀପ। ଏପରିକି ଗତ ୧୪ ତାରିଖ ଦିନ ରାମକ୍ୟଷ୍ଣ ବୁର୍ଲାରେ ପହଞ୍ଚି ଆଉ ୪ ହଜାର ଟଙ୍କା ଦେଇ ଶିଶୁ ପୁତ୍ରଟିକୁ ସେମାନଙ୍କ ଠାରୁ ନେଇ ଚାଲି ଯାଇଥିଲେ। ତେବେ ଏ ସମ୍ପର୍କରେ କୌଣସି ସୂଚନା ପାଇ ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ପୁଲିସରେ ଅଭିଯୋଗ କରି ଶିଶୁପୁତ୍ରଟିକୁ ଉଦ୍ଧାର କରିଛି। ଆଜି ଜିଲ୍ଲା ଶିଶୁ ମଙ୍ଗଲ କମିଟି ସମ୍ମୁଖରେ ହାଜର କରାଯିବ। ଅପରପକ୍ଷେ ପଦୀପ ଓ ରାମକୃଷ୍ଣଙ୍କୁ ଅଟକ ରଖି ପୁଲିସ ପଚରା ୁଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe