ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବୁଲି ଦେଖିଲେ ନବନିଯୁକ୍ତ ଓଇଏସ୍‌ ଅଧିକାରୀ

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବୁଲି ଦେଖିଲେ ନବନିଯୁକ୍ତ ଓଇଏସ୍‌ ଅଧିକାରୀ

ଖୋର୍ଦ୍ଧା: ରାଜ୍ୟରେ ନିଯୁକ୍ତି ପାଇଥିବା ଓଡ଼ିଶା ଶିକ୍ଷା ସେବା (ଓଇଏସ୍‌) ଅଧିକାରୀଙ୍କ ଏକ ଦଳ ବୁଧବାର ଦିନ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟା​ଳୟରେ ପହଞ୍ଚି ପ୍ରାଶାସନିକ ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ଗ୍ରହଣ କରିଛନ୍ତି।

ଆଜି ରାଜ୍ୟ ଶିକ୍ଷା ବିଭାଗର ସହ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ନାୟଙ୍କ ନେତୃତ୍ବରେ ଆସିଥିବା ଏହି ଦଳ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ନିଗ୍ଧା ମିଶ୍ର, ଅମ୍ରିତା ପ୍ରୀତିନନ୍ଦାଙ୍କୁ ଭେଟି ଆବଶ୍ୟକ ପରାମର୍ଶ ଗ୍ରହଣ କରିଛନ୍ତି। ଏହା ସହ ବିଭିନ୍ନ ବିଭାଗର ସହାୟକମାନେ ପ୍ରାଶାସନିକ ନଥିପତ୍ରର ପରିଚାଳନା ଆଦି ସମ୍ପର୍କରେ ସେମାନଙ୍କୁ କହିଥିଲେ। ପରେ ବ୍ଲକ ​ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକସ୍ତରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିଇଓ ସଂଧ୍ୟାରାଣୀ ରାଉତଙ୍କ ଠାରୁ ପଚାରିବୁଝିଥିଲେ। ମଣ୍ଡଳ ସାଧନ ସଂଯୋଜକ ଭରତ ପ୍ରଧାନ ବିଭିନ୍ନ ଦାୟିତ୍ବ ସମ୍ପର୍କରେ ତଥ୍ୟ ରଖିଥିଲେ। ଏମ୍‌ଆଇଏସ୍‌ ପବିତ୍ର କୁମାର ପାଣି କାର୍ଯ୍ୟାଳୟର ଅନ ଲାଇନ୍‌ କାର୍ଯ୍ୟ ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବର୍ଣ୍ଣଲତା ସାମନ୍ତରାୟ, ଅରୁଣ କୁମାର ରାୟ, ପ୍ରଦୀପ କୁମାର ସାହୁ, ସୁରଭି ପାଣିଗ୍ରାହୀ, ହୃଦାନନ୍ଦ ସାହୁ, ପବିତ୍ର କୁମାର ଦଳେଇ, ଲୋପାମୁଦ୍ରା ପଣ୍ଡା, ବିଭୂଦତ୍ତ ପଟ୍ଟନାୟକ, ନୀଳାମ୍ବର ନାୟକ, ଆଞ୍ଚଳିକ ସାଧନ ସଂଯୋଜକ ଯୁଧିଷ୍ଠିର ସାହୁ, ରବିନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe