ନବ ବିବାହିତା ବ୍ୟାଙ୍କ୍ ପାସ୍‌ ବୁକ୍‌ ସହ ଦୁଇଟି ସୁନା ହାର ଓ ନଗଦ ୨୦ ହଜାର ଟଙ୍କା ନେଇ ଫେରାର

Advertisment
ଶସ୍ତାରେ ସୁନା କିଣିବା ମହଙ୍ଗା ପଡ଼ିଲା, ମହରଗରୁ ଯାଇ କାନ୍ତାରରେ ପଡ଼ିଲେ ମହିଳା

photo-india tv news

ଦେବଗଡ଼: ଦେବଗଡ଼ ଥାନା କଣ୍ଟିମାଲ ଗ୍ରାମରେ ଜଣେ ନବ ବିବାହିତା ଶ୍ବଶୁର ଘରୁ ବିଭିନ୍ନ ସାମଗ୍ରୀ ନେଇ ଫେରାର୍‌ ହୋଇଯାଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି।

ଏତଲା ଅନୁସାରେ କଣ୍ଟିମାଲ ଗ୍ରାମର ଉମାକାନ୍ତ ସାହୁଙ୍କ ପୁଅ ପୁଲିନ ବିହାରୀ ସାହୁ (୩୫) ଗତ ୩ ମାସ ତଳେ ଅନୁଗୁଳ ଜିଲ୍ଲା ଖମାର ଥାନାଞ୍ଚଳର ଜଣେ ଯୁବତୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଏ ପର୍ଯ୍ୟନ୍ତ ସବୁ ଠିକ୍‌ଠାକ୍‌ ଚାଲିଥିଲା। ସୋମବାର ରାତିରେ ପରିବାର ଲୋକେ ସମସ୍ତେ ଖାଇ ପିଇ ନିଜ ନିଜ କୋଠରିରେ ଶୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ନବବିବାହିତା ଜଣକ ପୂଜା ଘରେ ଥିବା ବ୍ୟାଙ୍କ୍ ପାସ୍‌ ବୁକ୍‌ ସହ ଦୁଇଟି ସୁନା ହାର, ସୁନା ମୁଦି, ନଗଦ ୨୦ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍ ନେଇ କେଉଁଆଡ଼େ ଫେରାର୍‌ ହୋଇଯାଇଥିଲେ। ମଙ୍ଗଳବାର ସକାଳେ ପରିବାର ଲୋକେ ନବବଧୂଙ୍କୁ ଘରେ ନ ପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ନିରାଶ ହୋଇଥିଲେ। ପରେ ଉପରୋକ୍ତ ସାମଗ୍ରୀ ସବୁ ଗାୟବ୍‌ ଥିବା ଜାଣିବା ପରେ ପୁଲିସ୍‌ ଆଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe