ନବ ବିବାହିତାଙ୍କ ଅସ୍ୱାଭାବିକ ମୃତ୍ୟୁ! ଝିଅର ବାପ ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ

Advertisment

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସରିଲା ପଞ୍ଚନାମା, ରବିବାର ଶବ ବ୍ୟବଚ୍ଛେଦ

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସରିଲା ପଞ୍ଚନାମା, ରବିବାର ଶବ ବ୍ୟବଚ୍ଛେଦ

ନବ ବିବାହିତାଙ୍କ ଅସ୍ୱାଭାବିକ ମୃତ୍ୟୁ! ଝିଅର ବାପ ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଚମ୍ପାମାଳ ଗ୍ରାମରେ ଆଜି ଜଣେ ନବ ବିବାହିତାଙ୍କର ମୃତ୍ୟୁ ଘଟଛି। ନବବଧୂର ବାପଘର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ମୃତ ମହିଳା ଜଣକ ହେଲେ ପ୍ରୀତି ଭୁକ୍ତା (୨୩)।

ମିଳିଥିବା ସୂଚନା ଅନୁସାରେ ଚମ୍ପାମାଳ ଗ୍ରାମର ଦଳଗଞ୍ଜନ ଭୁକ୍ତାଙ୍କ ପୁତ୍ର ସରୋଜ ଭୁକ୍ତା(୩୨) ଦେବଗଡ଼ ସହରର ହାତୀସାଲସାହି (୬ ନମ୍ବର ଓ୍ଵାର୍ଡ)ର ସ୍ୱର୍ଗତ ଧର୍ମେନ୍ଦ୍ର ମୁଖିଙ୍କ ଝିଅ ପ୍ରୀତିି(୨୩)ଙ୍କୁ ବୈଦିକ ରୀତିରେ ଗତବର୍ଷ ଜୁନ୍‌ ୧୫ ତାରିଖରେ ଦେବଗଡ଼ ଝାଡେଶ୍ୱରୀ ମନ୍ଦିରରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ପ୍ରୀତିଙ୍କ ବାପା ଧର୍ମେନ୍ଦ୍ରଙ୍କ ପରୋଲକ ହୋଇଥିଲା। ଏହା ପରେ ପୁଅ ଘର ତରଫରୁ ଝିଅ ଘର ଲୋକଙ୍କୁ ଅନେକ ସମୟରେ ଅଧିକ ଯୌତୁକ ଦାବି କରା ଯାଇଥିଲା। ଏପରିକି ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି।

ଶନିବାର ଦିନ ସକାଳ ସାତଟାରେ ପ୍ରୀତିଙ୍କ ସ୍ୱାମୀ ଶାଶୂ ଘର ଲୋକଙ୍କୁ ତୁମ ଝିଅର ଦେହ ବହୁତ ଖରାପ ଅଛି। ଆମେ ତାଙ୍କୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛୁ । ତୁମେ ଆସ ବୋଲି ଫୋନ୍‌ ମାଧ୍ୟମରେ କହିଥିଲେ। ଏହି ଖବର ମିଳିବା ପରେ ଝିଅ ଘର ଲୋକ ସନ୍ଦେହ କରି ହଠାତ୍‌ ଦୁଇଟି ଗାଡ଼ିରେ ବାହାରିଥିଲେ। ସେମାନେ ଡାକ୍ତରଖାନାରେ ପହଞ୍ଚି ଦେଖିଲା ବେଳକୁ ପ୍ରୀତିଙ୍କ ମୃତଦେହ ଡାକ୍ତରଖାନାର ୧୦ ନମ୍ବର ବେଡ୍‌ରେ ପଡ଼ିଥିଲା।

ପ୍ରୀତିଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଆମ ଝିଅକୁ ଯୌତୁକ ପାଇଁ ଷଡ଼ଯନ୍ତ୍ର କରି ମାରି ଦିଆଯାଇଛି। ପ୍ରୀତିଙ୍କ ମା’ ସାବିତ୍ରୀ ଏକ ଲିଖିତ ଅଭିଯୋଗ କରିଛନ୍ତି ଯେ, ଆମ ଝିଅର ମୃତ୍ୟୁ ପାଇଁ ସରୋଜ ଭୁକ୍ତା, ଦଳଗଞ୍ଜନ ଭୁକ୍ତା, ମଞ୍ଜୁ ବେହେରା, ଅକ୍ଷୟ ବେହେରା ଓ ଶାଶୁଘର ପରିବାର ଲୋକେ ଦାୟୀ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ସବଇନ୍‌ସପେକ୍ଟର ବିଜୟ କୁମାର ବାରିକ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି।

ମାଜିଷ୍ଟ୍ରେଟ୍‌ ଭାବେ ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ୱାଗତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ପୁଲିସ ଶବ ପଞ୍ଚନାମା କରିଛି। ଆଜି ସନ୍ଧ୍ୟା ହୋଇଯିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ। ରବିବାର ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe