ନବରଂଗପୁର: ନବବଧୁଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପା ଘର ଲୋକେ

Advertisment
୧୪ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିବା ପରେ ଭୁଲ ବୁଝି ପାରି ଆତ୍ମହତ୍ୟା କଲା ବାପା

indiatoday.in

ନବରଙ୍ଗପୁର: ଝରିଗାଁ ବ୍ଲକର ଧାମନାଗୁଡା ପଞ୍ଚାୟତର ଏକମ୍ବା ଗାଁରେ ମଙ୍ଗଳବାର ଏକ ନବବଧୂ ଚିତ୍ତମଣି ମାଝୀ (୧୮)ଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ନବବଧୂର ମୃତ୍ୟୁ ନେଇ ଝିଅର ବାପା ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେହି ବ୍ଲକର କାନାକୋଟ ପଞ୍ଚାୟତର ବୁଆଲିବେଡା ଗାଁର ଚିତ୍ତମଣି ମାଝୀ ଏକମ୍ବାରେ ଗତ ବର୍ଷ ବାହା ହୋଇଥିଲେ।

ଝିଅର ବାପା ଘର ପରିବାର କରିଥିବା ଅଭିଯୋଗ ଅନୁଯାୟୀ ଆଜି ଭୋରରୁ ଚିତ୍ତମଣିକୁ ପେଟ ବଥା ହେଉଥିବା ନେଇ ଚିତ୍ତମଣିର ସ୍ୱାମୀ ଚିତ୍ତମଣିର ବାପାକୁ ଫୋନ କରି ଖବର ଦେଇଥିଲେ। ଝିଅର ବାପା ଘର ପରିବାର ଆସିବା ରାସ୍ତାରେ ପୁଣି ଫୋନ ଆସିଥିଲା ତମ ଝିଅ ମରିଯାଇଛି। ବାପା ଘର ପରିବାର ଯେତେବେଳେ ସେହି ଗାଁରେ ପହଞ୍ଚିଥିଲେ ଝିଅକୁ ଶ୍ମସାନକୁ ନେଇ ଯାଇଥିଲେ।

ଶ୍ମସାନକୁ ଯାଇ ଝିଅକୁ ଅଣ୍ଡାଳିବା ସମୟରେ ଦେହରେ କିଛି ରକ୍ତ ଛିଟା ଦେଖି ସନ୍ଦେହ ହେବାରୁ ମୃତଦେହକୁ ଅନ୍ତିମ ସଂସ୍କାର ନକରିବା ପାଇଁ ବାପା ଘର ପରିବାର ଲୋକେ କହିଥିଲେ ଏବଂ ଏ ନେଇ ଡାବୁଗାଁ ଥାନାରେ ଝିଅର ମଉସା ଘନ ମାଝୀ ଏତଲା ଦେଇଥିଲେ। ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe