ପ୍ରେମ ବିବାହର ୨୦ ଦିନରେ ନବବଧୂର ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ

Advertisment
ପ୍ରେମ ବିବାହର ୨୦ ଦିନରେ ନବବଧୂର ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଲୋଧଣୀ ଗାଁରେ ଘଟିଛି ଏକ ଅଭବାନୀୟ ଘଟଣା । ଖବର ନେବାରେ ଜଣା ପଡିଛି ଏହି ଗ୍ରାମର ଶେଷଦେବ ରାଉତଙ୍କ ପୁଅ ଦୁଃଶାସନ ରାଉତ ନିଜ ଘର ପାଖରେ ଅନ୍ୟ ଜାତିର ଝିଅ ସୁପ୍ରିୟା ସାହୁ (୧୯)କୁ ପ୍ରେମ ବିବାହ କରିଥିଲା।

ମାର୍ଚ୍ଚ ମାସ ୨୫ତାରିଖ ଦିନ ଉଭୟ ଏକ ମନ୍ଦିରରେ ବିବାହ କରିଥିଲେ। ରବିବାର ସନ୍ଧ୍ୟାରେ ସୁପ୍ରିୟାକୁ ତାର ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ସୋମବାର ପର୍ଜଙ୍ଗ ଥାନାରେ ଝିଅର ବାପା ରଞ୍ଜନ ସାହୁ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe