ଦଶରଥପୁର: ଯାଜପୁର-ଭଦ୍ରକ ଭାୟା ଧାମରାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଧସି ଯାଇଛି। ଫଳରେ ଯାଜପୁର-ଆରଡ଼ି ଯୋଗାଯୋଗ ପ୍ରଭାବିତ ହୋଇଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଓଳଗ ପଞ୍ଚାୟତ ବୋଡ଼କ-ସାଥିବାଙ୍କୁଡ଼ା ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ବୈତରଣୀ ନଦୀକୁ ଧସିଯାଇଛି।
ରାସ୍ତାର ପ୍ରାୟ ୪୦ ଫୁଟ୍ ଧସିଯିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ବିଭାଗ ପକ୍ଷରୁ ବାଲିବସ୍ତା ପକାଇ ମରାମତି ଆରମ୍ଭ ହୋଇଛି। ଏହିରାସ୍ତା ଭଦ୍ରକ ଜିଲ୍ଲାକୁ ସଂଯୋଗ କରିବା ସହିତ ଆରଡ଼ିସ୍ଥିତ ଆଖଣ୍ଡଳମଣିକୁ ମଧ୍ୟ ସଂଯୋଗ କରୁଛି। ପ୍ରକାଶ ଯେ, ଏହିସ୍ଥାନରେ ପ୍ରାୟ ୫ ବର୍ଷ ହେଲା ରାସ୍ତା ବାରମ୍ବାର ଧସୁଛି। ଏହାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି।
Follow Us