ଗଛ ଓ ବିଦ୍ୟୁତ ଖୁଣ୍ଟ ନ ହଟାଇ ଚାଲିଛି ଏନଏଚ୍ ପ୍ରଶସ୍ତିକରଣ

Advertisment
ଗଛ ଓ ବିଦ୍ୟୁତ ଖୁଣ୍ଟ ନ ହଟାଇ ଚାଲିଛି ଏନଏଚ୍ ପ୍ରଶସ୍ତିକରଣ

ଜୟପୁର: ଜିଲ୍ଲାରେ ଏବେ ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଚାଳିଛି। ତେବେ ଏହି କାମ କରିବା ସମୟରେ ରାସ୍ତା ପାର୍ଶ୍ବରେ ରହିଥିବା ବିଦ୍ୟୁତ ଖୁଣ୍ଟକୁ ଘୁଚାଂଇ ପୁଣି ନୂଆ ସ୍ଥାନରେ ସ୍ଥାପନ କରିବା, ରାସ୍ତା ପାର୍ଶ୍ବରେ ତଥା ରାସ୍ତାକୁ ଲାଗିକି ରହିଥିବା ଗଛ ଗୁଡିକୁ କାଟିବା ଏବଂ ନୂଆ ଗଛ ଲଗାଇବା ନିୟମ ରହିଛି। ତେବେ ଏହାର ବ୍ୟତିକ୍ରମ ଏବେ ଚାଲିଥିବା ବୋରିଗୁମ୍ମା ଠାରୁ ନବରଙ୍ଗପୁର ଜାତୀୟ ରାଜପଥ ୨୬ର ପ୍ରଶସ୍ତିକରଣ କାମରେ ଦେଖିବାକୁ ମିଳିଛି। ବୋରିଗୁମ୍ମା ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ରାସ୍ତା ୨ ପାର୍ଶ୍ବର ଗଛ କଟାଯାଇନି କି ବିଦ୍ୟୁତ ଖୁଣ୍ଟକୁ ବି ଘୁଞ୍ଚାଯାଇନି। ଅନ୍ୟ ପକ୍ଷରେ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଥାଉଣୁ ହିଁ ତାହାରି ପାର୍ଶ୍ବରେ ରାସ୍ତାକୁ ଖୋଳି ରାସ୍ତା କାମ କରାଯାଉଛି।

ଅଂଚଳାରୁ ପର୍ଲ୍ଲୀ ମଧ୍ୟରେ ବହୁ ଗଛ ରାସ୍ତା ଉପରେ ବି ରହିଥିବା ଦେଖିବାକୁ ମିଳିଛି। ବିରିଗୁଡା ରୁ ପର୍ଲ୍ଲୀ ବ୍ରିଜ୍ ପୂର୍ବରୁ ରାସ୍ତା ମଝିରେ ହିଁ ଗଛଟିଏ ରହି ଯାଇଛି। ଗଛ ହଟି ନଥିବାରୁ ଠିକାଦାର ଜଣକ ସେଠାରେ ରାସ୍ତା କାମ ନ କରି ସେଭଳି ଛାଡି ଦେଇ କିଛି ବାଲି ବସ୍ତା ଚାରି ପାର୍ଶ୍ବରେ ରଖି ଦେଇଛନ୍ତି। ସୂଚନା ଯୋଗ୍ୟ ଏହି ସ୍ଥାନଟିରେ ବର୍ଷ ତମାମ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ହେବାର ବି ନଜିର ରହିଛି। ସେଭଳି କାମରା, କାଳିଆଗୁଡା ମଧ୍ୟରେ ବଡ଼ ବଡ଼ ବରଗଛ, ବିଦ୍ୟୁତ ଖୁଣ୍ଟ ରହିଥିବା ବେଳେ ଏହାକୁ ହଟା ନ ଯାଇ ରାସ୍ତା କାମ ଜାରି ରହିଛି। ସେଭଳି ରାସ୍ତା କାମ ଠିକା କଂପାନୀ ଜାରି ରଖିବା ସହ ବିଭିନ୍ନ ସ୍ଥାନରେ ନୂଆରେ ପିଚୁ ପକାଇଛି ତେବେ ଏହାକୁ ସଂଯୋଗ କରୁଥିବା ସ୍ଥାନ ବହୁତ ଉଚ୍ଚା ରହିଥିବାରୁ ଛୋଟ ବଡ ଦୁର୍ଘଟଣା ବି ହେଉଛି।

publive-image

ଯଦିଓ ବାରିଣୀପୁଟରୁ ବୋରିଗୁମ୍ମା ପର୍ଯ୍ୟନ୍ତ ଚାଲିଥିବା ପ୍ରଶସ୍ତିକରଣ କାମ ଏବଂ ଏହି କାମକୁ ଲୋକେ ତୁଳନା କରି ଏହି କାମ ଶୀଘ୍ର ଏବଂ ଭଲ ଭାବେ ହେଉଥିବା କହୁଛନ୍ତି। ତେବେ ଏହି ଅଳ୍ପ ଦିନ ମଧ୍ୟରେ ଗଛ ଓ ବିଦ୍ୟୁତ ଖୁଣ୍ଟକୁ ନ ହଟାଇ ରାସ୍ତା ପ୍ରଶସ୍ତିକରଣ କାମ ସାରିଲେ ଏହାରି ପାର୍ଶ୍ବ ଦେଇ ଯାନ ବାହାନ ଗଲେ ଅଘଟଣ ଘଟିବ ଏଥିରେ ଦ୍ବିମତ ନାହିଁ ବୋଲି ବୁଦ୍ଧିଜୀବୀ କୁନୁ ଦଣ୍ଡସେନା, ପି.ସନ୍ୟାସୀ ରାଓ କହିଛନ୍ତି। ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ସାଉଥକୋ, ଏବଂ ଗଛ କାଟିବା ପାଇଁ ବନ ଉନ୍ନୟନ ବିଭାଗକୁ ଚିଠି କରାଯାଇଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ତେବେ ଉଭୟ ବିଭାଗ ଏଭଳି ଗୁରୁତ୍ବପୁର୍ଣ୍ଣ କାମ ପ୍ରତି କାହିଁକି ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି। ଜିଲ୍ଲାପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe