ଭଦ୍ରକରେ ପ୍ରତିଷ୍ଠା ହେବ କି ନର୍ସିଂ କଲେଜ?

Advertisment
ଭଦ୍ରକରେ ପ୍ରତିଷ୍ଠା ହେବ କି ନର୍ସିଂ କଲେଜ?

matasahibkaurcollegeofnursing.org

ଭଦ୍ରକ: ଭଦ୍ରକରେ ଏନଆରଏଚଏମ ପକ୍ଷରୁ ୨୦୦ କୋଟି ଟଙ୍କାର ଅନୁଦାନରେ ଏକ ନର୍ସିଂ କଲେଜ ପ୍ରତିଷ୍ଠା ହେବ ବୋଲି ନିର୍ଦ୍ଦେଶ ଆସିଥିଲା। ମାତ୍ର ଭଦ୍ରକ ଜିଲ୍ଲା ପ୍ରଶାସନ ସେତେବେଳେ ଏହି ନର୍ସିଂ କଲେଜ ଖୋଲିବା ପାଇଁ ସରକାରୀ ଜମି ଯୋଗାଇ ଦେଇ ପାରିଲେ ନାହିଁ। ଯେଉଁଥିପାଇଁ ଭଦ୍ରକରେ ସେତେବେଳେ ନର୍ସିଂ କଲେଜ ପ୍ରତିଷ୍ଠା ହୋଇପାରିଲା ନାହିଁ। ଏବେ ପୁଣି କେନ୍ଦ୍ର ସରକାର ସାରା ଭାରତ ବର୍ଷରେ ବିଭିନ୍ନ ଜିଲ୍ଲାରେ ଖୋଲିବେ ୧୫୭ଟି ନୂଆ ନର୍ସିଂ କଲେଜ। ଏହି କେନ୍ଦ୍ରୀୟ ପ୍ରକଳ୍ପରେ ମଧ୍ୟ ଓଡ଼ିଶାର କିଛି ଜିଲ୍ଲାରେ ନର୍ସିଂ କଲେଜ ଖୋଲିବ ବୋଲି ଶୁଣାଯାଉଛି। ତେବେ ଭଦ୍ରକରେ ଏହି ନୂତନ ନର୍ସିଂ କଲେଜ ଖୋଲିବା ପାଇଁ ସରକାରଙ୍କର କିଛି ଯୋଜନା ରହିଛି କି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ଭଦ୍ରକ ଜିଲ୍ଲାରେ ସରକାରଙ୍କର ନୂତନ ନର୍ସିଂ କଲେଜ ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା କରିବା ପାଇଁ ଜିଲ୍ଲାର ସାଂସଦ ଓ ବିଧାୟକମାନେ ରାଜ୍ୟ ସରକାରଙ୍କ ନିକଟରେ ଏକ ହୋଇ ଦାବି ଉପସ୍ଥାନ କରିବା ନେଇ ସ୍ଥାନୀୟ ଲୋକ କହିଛନ୍ତି | ଭଦ୍ରକରେ ମେଡିକାଲ କଲେଜ ନାହିଁ କି ବିଶ୍ବବିଦ୍ୟାଳୟ ନାହିଁ। ରାଜ୍ୟ ସରକାର ଭଦ୍ରକକୁ ସବୁ କ୍ଷେତ୍ରରେ ଭକୁଆ ବନାଇ ରଖିଥିବା ବେଳେ ନୂତନ ନର୍ସିଂ କ‌େଲେଜ ପ୍ରତିଷ୍ଠା ପାଇଁ ଆମ ଜିଲ୍ଲାର ବିଧାୟକ ଓ ସାଂସଦ ଅଣ୍ଟା ଭିଡିବାର ସମୟ ଆସିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe