ମାଲକାନଗିରିରେ ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ, ପୁଲିସର କଡ଼ା ପହରା

Advertisment
ମାଲକାନଗିରିରେ ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ, ପୁଲିସର କଡ଼ା ପହରା

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ରାତ୍ରୀକାଳୀନ କର୍ଫୁ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି। ଗତକାଲି ରାତିରେ ମାଲକାନଗିରି ଆଇଆଇସି ରାମ ପ୍ରସାଦ ନାଗଙ୍କ ନେତୃତ୍ବରେ ସହରରେ ପୁଲିସ ପଇଁତରା ମାରିଥିଲେ। ପୁଲିସ ସାଇରାନ ବାଜିବା ମାତ୍ରେ ଲୋକେ ଘରୁ ପଦାକୁ ବାହାରିବା ପାଇଁ ଭୟ କରିଥିଲେ। ଯେଉଁମାନେ ରାତିରେ ବୁଲୁଥିଲେ ସମସ୍ତେ ଏଣେତେଣେ ଦୌଡି ଲୁଚିବାକୁ ଲାଗିଲେ। ରାତି ଦଶଟା ହେବା ମାତ୍ରେ ସହର ଶୂନଶାନ ହୋଇଯାଉଛି। ସେହିପରି ମାସ୍କ ପିନ୍ଧୁନଥିବା ବ୍ୟକ୍ତିମାନଙ୍କୁ ଜୋରିମାନା ଆଦାୟ କରାଯାଉଛି। ମାଲକାନଗିରି ତହସିଲଦାର ଗୁଣନିଧି ନାୟକଙ୍କ ନେତୃତ୍ବରେ ଜିଲ୍ଲା ସଦର ମହକୁମାରେ ଜୋରସୋରରେ ଚଢାଉ କରାଯାଉଛି। ବିଭିନ୍ନ ଦୋକାନ ବଜାରରେ ମଧ୍ୟ ଚଢାଉ କରାଯାଉଛି। ଦୋକାନୀ ଭିଡ ଜମାଇଲେ ଏବଂ ଗ୍ରାହକମାନେ ମାସ୍କ ପିନ୍ଧିନଥିଲେ ଦୋକାନକୁ ସିଲ କରିଦେବା ପାଇଁ ଚେତାବନୀ ଦିଆଯାଉଛି।

publive-image Sambad

ସେହିପରି ସୀମାକୁ ସିଲ କରିଦେବା ସହ ପଡୋଶୀ ରାଜ୍ୟ ପଟରୁ ଆସୁଥିବା ସମସ୍ତ ଗାଡିକୁ ଯାଞ୍ଚ କରାଯାଉଛି। ଜିଲ୍ଲାରେ ଗତ ଦୁଇ ଦିନ ହେଲା କୋରନା ଚିହ୍ନଟ ହୋଇନଥିବା ବେଳେ ଲୋକଙ୍କ ସହଯୋଗ ହେଲେ ସବୁ ଠିକଠାକ ରହିବ ବୋଲି କୁହାଯାଇଛି। ଲୋକମାନେ ମଧ୍ୟ ସଚେତନ ହେଉଥିବା ଦେଖିବାକୁ ମିଳିଛି। ସମସ୍ତେ ମୁହଁରେ ମାସ୍କ ପରିଧାନ କରୁଥିବା ଦେଖିବାକୁ ମିଳିଛି। ପାଞ୍ଚ ଶହରୁ ଏକ ହଜାର ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଉଥିବାରୁ ଲୋକେ ଏକ ପ୍ରକାର ଭୟଭିତ ହୋଇପଡିଛନ୍ତି। କରୋନାର ଦ୍ବିତୀୟ ଲହର ବଡ ମାରାତ୍ମକ ହୋଇଥିବାରୁ ଏହାକୁ ରୋକିବାକୁ ହେଲେ ସଚେତନ ହିଁ ମୁଖ୍ୟ ଅସ୍ତ୍ର ବୋଲି କୁହାଯାଇଛି। ତେବେ ଜିଲ୍ଲାରେ ଦିନବେଳା ଘନ ଘନ ଯା଼ଞ୍ଚ ସାଂଗକୁ ରାତ୍ରୀକାଳୀନ କର୍ଫ୍ୟୁ ଯୋଗୁଁ କରୋନା ଜିଲ୍ଲାରେ ପ୍ରବେଶ କରିବା ମୁସକିଲ ହୋଇଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe