ଜୟପୁର କଲେଜ ଅଫ ନର୍ସିଂରେ ଫ୍ଲୋରେନସ୍ ନାଇଟିଙ୍ଗଲ ଜୟନ୍ତୀ

Advertisment
ଜୟପୁର କଲେଜ ଅଫ ନର୍ସିଂରେ ଫ୍ଲୋରେନସ୍ ନାଇଟିଙ୍ଗଲ ଜୟନ୍ତୀ

ଜୟପୁର: ସ୍ଥାନୀୟ ଜୟପୁର କଲେଜ ଅଫ ନର୍ସିଂ ପକ୍ଷରୁ ଏହା ପରିସରରେ ୨୦୪ତମ ଆନ୍ତଃଜାତୀୟ ନର୍ସ ଦିବସ ତଥା ଫ୍ଲୋରେନସ୍ ନାଇଟିଙ୍ଗଲଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ଅଧ୍ୟକ୍ଷ ସୁକାନ୍ତ କୁମାର (ମୁନା) ଶତପଥୀ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ  ଆଇନଜୀବୀ  ହରି ନାରାୟଣ ବେହେରା, ସମ୍ମାନିତ ଅତିଥି ଭାବେ ପରିଚାଳନା ନିର୍ଦ୍ଦେଶକ ଶିବ କିଶୋର ଆଚାର୍ଯ୍ୟ, ତାଲିମ କେନ୍ଦ୍ରର ଅଧ୍ୟକ୍ଷା ଅନିତା ବର୍ମା, ଉପାଧ୍ୟକ୍ଷା ଜୟଶ୍ରୀ ପ୍ରଧାନ ଯୋଗ ଦେଇ  ସେବାର ନିସ୍ବାର୍ଥପର ମୂର୍ତ୍ତିମନ୍ତ ପ୍ରତୀକ ବୋଲି କହିଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିସ୍ବାର୍ଥପର ସେବା କରିବାକୁ ପରାମର୍ଶ ଦେଇଥିଲେ। ସକାଳୁ ପ୍ରଥମ ପର୍ଯ୍ୟାୟରେ ଫ୍ଲୋରେନସ୍ ନାଇଟିଙ୍ଗଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ କ୍ୟାଣ୍ଡଲ ଜାଳି ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe